Pratidin TV

Odisha's Digital News Platform

ରୋଗୀନେଇ ଆସୁଥିବା ଆମ୍ବୁଲାନ୍ସକୁ ଧକ୍କାଦେଲା ଟ୍ରାକ୍ଟର , ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା …..

1 min read

ଝାରସୁଗୁଡା ; ଧକ୍କା ହୋଇ ରାସ୍ତା କଡକୁ ଓଲଟିପଡିଲା ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ । ଝାରସୁଗୁଡା ସଦର ଥାନା ସମ୍ମୁଖରେ ଓଲଟିଲା ୧୦୮ ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ ଆଜି ଆମ୍ବୁଲାନ୍ସଟି ରୋଗୀ ନେଇ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଆସୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଫଳରେ ଡ୍ରାଇଭର ସହ ଆମ୍ବୁଲାନ୍ସରେ ଥିବା ରୋଗୀ ମଧ୍ୟ ସାମାନ୍ୟ ଆହତ ହୋଇଥିଭା ଜଣାପଡିଛି । ଆମ୍ବୁଲାନ୍ସ ଡ୍ରାଇଭରଙ୍କ କହିବା ଅନୁଯାୟୀ ଟ୍ରାକ୍ଟର ଚଳାଉଥିବା ଡ୍ରାଇଭର ଜଣଙ୍କ ଫୋନରେ କଥାହୋଇ ଆସୁଥିଲେ , ଫଳରେ ସେ ନିଜ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଆଡକୁ ମାଡିଆସିଲେ । ଯାହାଫଳରେ ଆମ୍ବୁଲାନ୍ସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ ଆମ୍ବୁଲାନ୍ସ ରାସ୍ତା କଡକୁ ଓଲଟିପଡିଥିଲା ।

Advertisement

ଖବର ପାଇଁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିି ପୋଲିସ ସେମାନଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା । ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ବେଳେ , ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *