Pratidin TV

Odisha's Digital News Platform

୭ ମାସ ପରେ ଧରାପଡିଲା ଟ୍ରାକ୍ଟର ଚୋର…

1 min read

ଗତ ୨୦୨୩ ମସିହା ଅଗଷ୍ଟ ମାସରେ ବୋରିଗୁମ୍ମା ବ୍ଲକ ପୋଟାହାଣ୍ଡି ଗ୍ରାମର ବାବୁଲି ସାହୁ ରାତିରେ ନିଜ ଘର ସାମ୍ନାରେ ନିଜ ମହିନ୍ଦ୍ରା ଟ୍ରାକ୍ଟର ରଖିଥିଲେ।ସକାଳୁ ଦେଖିବା ସମୟରେ ଟ୍ରାକ୍ଟରଟି ଘର ସାମ୍ନାରୁ ଚୋରି ହୋଇଯାଇଥିଲା | ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୋଲିସ ଏ ସମ୍ପର୍କରେ ନଜର ରଖି ତଦନ୍ତ ଆରମ୍ଭ କରିଥିଲା। ଦୀର୍ଘ ସାତ ମାସ ପରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମାଲକାନଗିରି ଅଞ୍ଚଳରେ ଚୋରି ଟ୍ରାକ୍ଟର ଥିବା ଜାଣିବାକୁ ପାଇଥିଲେ। ମାଲକାନଗିରି ଅଞ୍ଚଳର ଦୁର୍ଗାନାଥ ପୋଡ଼ିଆମୀ ଚୋରି ଟ୍ରାକ୍ଟର କିଣିଥିଲେ ।ଦୁର୍ଗାନାଥ କୁ ବୋରିଗୁମ୍ମା ଥାନା କୁ ଆଣି ପଚରାଉଚରା କରିବା ପରେ ପୋଲିସ ଜାଣିବାକୁ ପାଇଥିଲେ ଯେ କୁକୁଡ଼ାବାଇ ଅଞ୍ଚଳର ସତ୍ୟନାରାୟଣ ପାଢ଼ୀ, ସୁମନ ନାଇଡୁ ଏବଂ ବାଲିମେଳା ଅଞ୍ଚଳର ସାଗର ପଣ୍ଡା ଚୋରି କରି ଦୁର୍ଗାନାଥଙ୍କୁ ବିକ୍ରି କରିଥିଲା।ଆଜି ଦୁର୍ଗାନାଥକୁ ପୋଲିସ କୋର୍ଟ ଚାଲାଣ କରିଛି । ଏହା ପୂର୍ବରୁ ଅନ୍ୟ ୩ ଜଣକୁ ଗିରଫ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *