Pratidin TV

Odisha's Digital News Platform

ଖରାରୁ ମିଳିଲା ରକ୍ଷା , ଟ୍ରାଫିକ୍ ପୋଲିସ୍ ପିନ୍ଧିବେ ଏସି ହେଲମେଟ୍ ..

1 min read

ଆମେ ଅଧିକାଂଶ ସମୟରେ ଦେଖିଥାଉ ପ୍ରଚଣ୍ଡ ଖରାରେ ଟ୍ରାଫିକ ପୋଲିସ ଡ୍ୟୁଟି କରୁଥାଆନ୍ତି । ଟକଟକ ଖରାରେ ଛିଡା ହୋଇ ଟ୍ରାଫିକ ପରିଚାଳନା କରିଥାଆନ୍ତି । ଏହାରି ଭିତରେ ସବୁଠୁ ସମସ୍ୟା ହୋଇଥାଏ ହେଲମେଟ । ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ହେଲମେଟ ପିନ୍ଧି ପୁଲିସମାନେ ଡ୍ୟୁଟି କରିଥାନ୍ତି । ପ୍ରବଳ ଗରମ ସତ୍ତ୍ୱେ ଟ୍ରାଫିକ ପୁଲିସମାନେ ବହୁ କଷ୍ଟରେ ଡ୍ୟୁଟି କରିଥାନ୍ତି । ଏବେ ଅସମ୍ଭାଳ ଖରାରେ ଛିଡା ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ପୋଲିସଙ୍କ ପାଇଁ ଆସିଲା ଏସି ହେଲମେଟ । ଟ୍ରାଫିକ ପୋଲିସର ଦୁଃଖ ବୁଝିପାରି ଗୁଜରାଟ ସରକାର ଟ୍ରାଫିକ ପୋଲିସଙ୍କ ପାଇଁ ଏସି ହେଲମେଟ୍ ର ବ୍ୟବସ୍ଥା କରିଛନ୍ତି ।

ହେଲମେଟ୍ ଗୁଡ଼ିକ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍‌) ଭଦୋଦରା ଛାତ୍ରମାନଙ୍କ ଦ୍ୱାରା ତିଆରି ହୋଇଛି । ବାସ୍ତବରେ ଟ୍ରାଫିକ ପୁଲିସମାନଙ୍କୁ ସାଧାରଣତଃ ବର୍ଷା ଦିନରେ ରେନକୋଟ ଏବଂ ଶୀତଦିନେ ଜ୍ୟାକେଟ ଯୋଗାଇ ଦିଆଯାଏ । କିନ୍ତୁ ଗ୍ରୀଷ୍ମ ୠତୁରେ ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଖରାରେ ବି ଡ୍ୟୁଟି କରିବାକୁ ପଡେ । ତେବେ ଏସବୁକୁ ନଜରରେ ରଖି ଏସି ହେଲମେଟ ଯୋଗାଇ ଦିଆଯାଇଛି । ଏହା ଦ୍ୱାରା ଟ୍ରାଫିକ ପୁଲିସ୍ କର୍ମଚାରୀମାନେ ଅତ୍ୟଧିକ ଉତ୍ତାପରେ ମଧ୍ୟ ନିଜ କର୍ତ୍ତବ୍ୟକୁ ସୁଚାରରୂପେ ସମ୍ପାଦନ କରିପାରିବେ । ଏହି ହେଲମେଟ ବ୍ୟାଟ୍ରି ଚାଳିତ ହେଲମେଟ । ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ । ବର୍ତ୍ତମାନ ପର୍ଯ୍ୟନ୍ତ ୪୫୦ ଟ୍ରାଫିକ ପୋଲିସ୍ ଙ୍କୁ ଏସି ହେଲମେଟ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *