Pratidin TV

Odisha's Digital News Platform

ପାର୍କିଂ ପାଇଁ ନାହିଁ କୌଣସି ବ୍ୟବସ୍ଥା,ଟ୍ରାଫିକରେ ହେଉଛି ସମସ୍ୟା….

1 min read

ଟ୍ରାଫିକ ପାଇଁ ଗଣ୍ଡଗୋଳ | ଜନଗହଳି ପାଇଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ତେବେ କୋରାପୁଟ ଜିଲ୍ଲା ଜୟପୁର ସହରସ୍ଥିତ ଜଗତ ଜନନୀ ମନ୍ଦିର ଛକଠାରେ ଆଜି ପାର୍କିଂ ସମସ୍ୟାକୁ ନେଇ ପୋଲିସ ଏବଂ ପବ୍ଲିକ୍ ମଧ୍ୟରେ ବିବାଦ ଉପୁଜିଥିଲା । ଜୟପୁର ସହର ଜନବହୁଳର ସହର ହୋଇଥିବା ହେତୁ ଏହି ସହରରେ ପ୍ରାୟ ସମୟରେ ଟ୍ରାଫିକ ସମସ୍ୟା ଲାଗିରହିଛି। ସହରର ମୁଖ୍ୟ ରାସ୍ତା ହେଉ ଅଥବା ଅନ୍ୟ କୋୖଣସି ସ୍ଥାନରେ ମଧ୍ୟ ପାର୍କିଂ ବ୍ୟବସ୍ଥା ନଥିବା ହେତୁ ଜନ ସାଧାରଣ ଗାଡ଼ି ଗୁଡ଼ିକ ରାସ୍ତା କଡ଼ରେ ରଖିବାକୁ ବାଧ୍ୟ ହେଉଛନ୍ତି। ପୌର ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ବ ଦେଉନଥିବା ହେତୁ ପୋଲିସ ତାର ଡ୍ୟୁଟି କରିବା ସମୟରେ ଜୟପୁର ସର୍ଵ ସଧାରଣଙ୍କ ସହ ପୋଲିସ ବିଭିନ୍ନ ସମୟରେ ମୂହାମୁହିଁ ହେଉଥିବା ଦେଖିବାକୁ ମିଳିଛି ।

ତେବେ ଆଜି ସନ୍ଧ୍ୟାରେ ଜୟପୁର ଟାଉନ୍ ପୋଲିସ ପାର୍କିଂକୁ ନେଇ ଟ୍ରାଫିକ ନିୟମ ଅନୁଯାୟୀ ରାସ୍ତା କଡ଼ରେ ଥିବା ଗାଡ଼ିର ଫାଇନ୍ ଆଦାୟ କରିବା ସମୟରେ ଜଣେ ଯୁବକଙ୍କ ଚାଲାଣ କାଟିବା ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉକ୍ତ ସମୟରେ ପୋଲିସ୍ ଏବଂ ପବ୍ଳିକ୍ ମଧ୍ୟରେ ବିବାଦ ଉପୁଜିଥିଲା।

Advertisement

Leave a Reply

Your email address will not be published. Required fields are marked *