Pratidin TV

Odisha's Digital News Platform

ମୋଦିଙ୍କ ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ କଟକଣା , ଏହିସବୁ ମାର୍ଗରେ ଗାଡି ଚଳାଚଳ ବନ୍ଦ ..

1 min read

ଆସନ୍ତା ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନା ଓ ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିବେ। ତେବେ ଏହାକୁ ନେଇ ଜାରି ହେଇଛି  ଟ୍ରାଫିକ କଟକଣା।  ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା । ଏନେଇ  କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା। ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା । ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବେ।

ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ଯିବେ।ଜରୁରୀକାଳୀନ ସେବା ଫାୟାର ଓ ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ। ଏନେଇ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୮୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ।

ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା। ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି,୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ ବୋଲି ସେ କହିଛନ୍ତି। ତେବେ ବିମାନବନ୍ଦରଠୁ ଜନତା ମଇଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍‌ କରାଯିବ। ବ୍ୟାପକ ମହିଳା ପୋଲିସ ସାଧା ପୋଷାକରେ ରହିବେ। ଏଥିସହିତ ଓଡ୍ରାଫ୍‌, ସିଆରପିଏଫ୍‌ର ୬ ପ୍ଲାଟୁନ୍‌ ଫୋର୍ସ ମଧ୍ୟ ମୁତୟନ ହେବେ।

Leave a Reply

Your email address will not be published. Required fields are marked *