Pratidin TV

Odisha's Digital News Platform

ମଝି ରାସ୍ତାରେ ଫସିଗଲା ଟ୍ରେନ ,ସେଲଫି ଉଠାଇଲେ ସ୍ଥାନୀୟ ଲୋକ…

1 min read

ମଝି ରାସ୍ତାରେ ଫସିଗଲା ଟ୍ରେନ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ।  ରାସ୍ତାରେ ପ୍ରଥମ ଥର ଏକ ଏସି ଟ୍ରେନ୍‌ ଅଟକି ରହିଥିଲା ଯାହାକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା । ଏହି ଟ୍ରେନ୍‌, କିପରି ରାସ୍ତାକୁ ଆସିଲା ଯାହା ଲୋକଙ୍କୁ ଚକିତ କଲା। ଏଥିପାଇଁ ପ୍ରବଳ ରାସ୍ତା ଜାମ ହୋଇଥିବା ବେଳେ ଏହାକୁ କ୍ଲିୟର କରିବାକୁ ଲାଗିଗଲା ୮ ଘଣ୍ଟା। ଏପରି ଏକ ଅଜଣ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି। ତେବେ ପୁରା ଘଟଣା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହା  ଟ୍ରେନ ନୁହେଁ ଏହାଥିଲା ଏସି ଟ୍ରେନ ର ବଗି । ବଗିଟି ଏକ ଟ୍ରେଲର ଯୋଗେ ଷ୍ଟେଶନ ଅଭିମୁଖେ ଯାଉଥିଲା। ମାତ୍ର ବଜାର ମଝିରେ ବୁଲାଣିରେ ଟ୍ରେଲରଟି ଅଟକି ଯିବାରୁ ତା’ ଉପରେ ବଗିଟି ବି ଅଟକି ଯାଇଥିଲା। ଲମ୍ବା ଅଧିକ ଥିବାରୁ ବଗିଟି ବୁଲାଣିରେ ଫସି ଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱର ବହୁ ସଂଖ୍ୟାରେ ବସ୍‌, ଟ୍ରକ୍‌ ଅଟକି ରହିଥିଲା। ସ୍ଥିତି ଏପରି ହେଲା ଯେ, ଉକ୍ତ ରାସ୍ତାଟି ପ୍ରାୟ ୮ ଘଣ୍ଟା ପାଇଁ ବ୍ଲକ୍‌ ହୋଇ ଯାଇଥିଲା।

ପୁଲିସ୍‌ ଓ ଟ୍ରାଫିକ୍‌ ପୁଲିସ୍‌କୁ ସ୍ଥିତି ସମ୍ଭାଳିବା ସହ ଗାଡ଼ିଗୁଡ଼ିକ ସୁରୁଖୁରରେ ଯାତାୟତ ବ୍ୟବସ୍ଥା କରାଇବା ନିମନ୍ତେ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଏପରିକି ବଗିଟିକୁ ରାସ୍ତାରୁ ହଟାଇବା ସମ୍ଭବ ନ ହେବାରୁ ଘଟଣାସ୍ଥଳକୁ ଦୁଇଟି କ୍ରେନ ଅଣାଯାଇଥିଲା। କ୍ରେନ୍‌ ସହାୟତାରେ ବଗିକୁ ଉଠାଇ ରାସ୍ତା ଜାମକୁ କ୍ଲିୟର କରାଯାଇଥିଲା। ଏହାପରେ ଗାଡ଼ିଗୁଡ଼ିକ ସୁରୁଖୁରରେ ଯାତାୟତ କରିଥିଲା।

Advertisement

 ଏକ ପ୍ରାଇଭେଟ ଫୁଡ କମ୍ପାନୀକୁ ଉକ୍ତ ବଗି ଲିଜ୍‌ରେ ଦିଆଯାଇଥିଲା ସୁବେଦାରଗଞ୍ଜ ରେଲୱେ ଷ୍ଟେଶନରେ ଉକ୍ତ ବଗିରେ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଯୋଜନା କରାଯାଇଥିଲା। ତେଣୁ ଉକ୍ତ ବଗିକୁ ରେଳ ରିପାୟରିଂ ସେଣ୍ଟରରୁ ଟ୍ରେଲର ଉପରେ ରେଳ ଷ୍ଟେଶନକୁ ନିଆଯାଉଥିଲା।

ଏକ ଟ୍ରେନ୍‌ ବଗିକୁ ରାସ୍ତାରେ ଦେଖି ଲୋକେ ହତବାକ ହୋଇ ଯାଇଥିବା ବେଳେ କିଛି ଏହ ସହ ସେଲଫି ଉଠାଇବାକୁ ଲାଗିଲେ। କାରଣ ସେମାନେ ପ୍ରଥମ ଥର ପାଇଁ ରାସ୍ତାରେ ଏକ ବଗି ଦେଖୁଥିବା ବେଳେ ନିଜ ଆଖିକୁ ବିଶ୍ୱାସ କରି ପାରୁ ନ ଥିଲେ।

Leave a Reply

Your email address will not be published. Required fields are marked *