Pratidin TV

Odisha's Digital News Platform

Train Accident History ; ଜାଣନ୍ତୁ ଏଭଳି କିଛି ରେଳ ଦୁର୍ଘଟଣା ଯାହା ଭାରତକୁ ଅତୀତରେ ହୋହଲାଇଥିଲା …

1 min read

ଅତୀତରେ ଘଟିଯାଇଛି କିଛି ଏଭଳି ଅଭୁଲା ରେଳ ଦୁର୍ଘଟଣା ଯାହାକୁ ଜାଣିବା ପରେ ଆପଣଙ୍କ ହୃଦୟ ଥରିଉଠିବ । ଆଧୁନିକ ଯୁଗର ଲୌହ ଦାନବ କିପରି ଶହ ଶହ ପରିବାରକୁ ଅନାଥ କରିପକାଇଛି ତାହା ଜାଣିଲେ ଆପଣାମନେ ହୋଇଯିବେ ସ୍ତବ୍ଧ । ଶୁକ୍ରବାର ବାଲେଶ୍ୱର ଜିଲ୍ଲା ବାହନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଯେ କେତେ ଇତିହାସକୁ ଦୋହରାଇଛି ତାହା କହିବା ଅସମ୍ବବ । ଗତକାଲିର ଛତିଥରା ଦୃଶ୍ୟ ଯେ ସାରା ଭାରତବାସୀଙ୍କୁ ଅଧର୍ଯ୍ୟ କରିପକାଇଛି ତାହା କହିବା କିଛି ଭୁଲ ହେବ ନାହିଁ । ବାହାନଗା ନିକଟରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ ଏକ୍ସପ୍ରେସ୍ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଉଭୟ ଏକ୍ସପ୍ରେସର ୧୭ ବଗି ଓଲଟିଥିଲା ଘଟଣା ସ୍ଥଳରେ । ମୃତ୍ୟୁ ସଂଖ୍ୟା ୨୬୧ ଟପିଥିବା ବେଳେ ଆହତମାନଙ୍କ ସଂଖ୍ୟ ୯୦୦ ପାର କରିଛି । ସେହିଭଳି ଚାଲନ୍ତୁ ଜାଣିବା ଅତୀତରେ ଏପରି କିଛି ଭୟଙ୍କର ଦୁର୍ଘଟଣା ବିଷୟରେ …

୧୯୮୧ ଜୁନ୍ ୬ତାରିଖ – ବିହାରରେ ବାଗମତି ନଦୀ ପାର ହେବା ବେଳେ ନଦୀରେ ଗଳିି ପଡିଥିଲା ଟ୍ରେନର ବଗି । ଯେଉଁଥିରେ ୭୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।

Advertisement

୧୯୯୫ ଅଗଷ୍ଟ ୨୦ ତାରିଖ – ଫିରୋଜାବାଦ ନିକଟରେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଓ କାଳନ୍ଦୀ ଏକ୍ସପ୍ରେସ୍ ସହ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ପାଖାପାଖି ୩୦୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ।

୧୯୯୮ ନଭେମ୍ବର ୨୬ ତାରିଖ – ପଞ୍ଜାବର ଖାନ୍ନା ନିକଟରେ ଜାମ୍ମୁ ତାୱି – ସିଲଡା ଏକ୍ସପ୍ରେସ ଗୋଲଡେନ୍ ମନ୍ଦିର ମେଲକୁ ଧକ୍କା ଦେଇଥିଲା । ଯେଉଁଥିରେ ୨୧୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

୨୦୦୨ ସେପ୍ଟେମ୍ବର ୯ ତାରିଖ – ରାଜଧାନୀ ଏକ୍ସପ୍ରେସ୍ ବିହାର ରଫିଗଞ୍ଜରେ ଲାଇନଚ୍ୟୁତ ହୋଇ ଦୁର୍ଘଟନା ଗ୍ରସ୍ଥ ହୋଇଥିଲା । ଯେଉଁଥିରେ ୧୪୦ ରୁ ଉର୍ଦ୍ଦ ଲୋକଙ୍କ ଜୀବନ ଯାଇଥିଲା ।

୨୦୧୧ ଜୁଲାଇ ୭ ତାରିଖ- ଛପରା-ମଥୁରା ଏକ୍ସପ୍ରେସ୍ ଏକ ବସ କୁ ଧକା ଦେଇଥିଲା । ଯେଉଁଥିରେ ପ୍ରାୟ ୬୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

୨୦୧୨ ଜୁଲାଇ ୩୦ ତାରିଖ – ନେଲ୍ଲୋରରେ ଦିଲ୍ଲୀ-ଚେନ୍ନାଇ ତାମିଲନାଡୁ ଏକ୍ସପ୍ରେସ୍‌ରେ ନିଆଁ ଲାଗି ୩୦ ଲୋକଙ୍କ ଜୀବନ ଯାଇଥିଲା।

୨୦୧୪ ମେ ୨୬ ତାରିଖ – ଗୋରଖଧାମ ଏକ୍ସପ୍ରେସ୍‌ରଦୁର୍ଘଟଣା ଘଟି ୨୫ ଜଣଙ୍କ ହୋଇଥିଲା ମୃତ୍ୟୁ ।

୨୦୧୫ ମାର୍ଚ୍ଚରେ – ଜନତା ଏକ୍ସପ୍ରେସ୍ ଲାଇନ୍ ଚ୍ୟୁତ ହୋଇ ୩୦ ଜଣଙ୍କର ଜୀବନ ଯାଇଥିଲା ।

୨୦୧୬ ନଭେମ୍ବର ୨୦ ତାରିଖ – ଇନ୍ଦୋର ପାଟଣା ଏକ୍ସପ୍ରେସ୍ ଦୁର୍ଘଟଣା ଘଟି ୧୫୦ ଯାତ୍ରୀଙ୍କ ଜୀବନ ଯାଇଥିଲା ।

୨୦୧୭ ଅଗଷ୍ଟ ୧୯ ତାରିଖ – କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ର ଦୁର୍ଘଟଣା ଘଟି ୨୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

୨୦୨୨ ଜାନୁଆରୀ ୧୩ ବିକାନେର୍ –ଗୌହାଟି ଏକ୍ସପ୍ରେସ୍ ଦୁର୍ଘଟଣା ଘଟି ୯ ଜଣଙ୍କର ହୋଇଥିଲା ମୃତ୍ୟୁ ।

୨୦୨୩ ଜୁନ୍ ୨ ତାରିଖ – ବାଲେଶ୍ୱର ବାହନଗା ଠାରେ କରମଣ୍ଡଳ , ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ ଟ୍ରାକରେ ଥିବା ମାଲଗାଡ଼ିକୁ ଧକ୍କା ଦେଇ ୨୬୧ ଜଣଙ୍କ ଜୀବନ ଯାଇଥିବା ବେଳେ ୯୦୦ ଜଣ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *