Pratidin TV

Odisha's Digital News Platform

ପୁଣି ରେଳ ଦୁର୍ଘଟଣା ; ଟ୍ରାକ୍‌ରୁ ଖସିଗଲା ୧୭ ବଗି …

ପାରାଦ୍ୱୀପ ; ପୁଣି ରେଳ ଦୁର୍ଘଟଣା । ଟ୍ରାକ୍‌ରୁ ଖସିଗଲା ୧୭ ବଗି । ସୂଚନା ଅନୁଯାୟୀ ଆଜି ପାରାଦ୍ଵୀପ ବାଉରିଆପାଳନ୍ଦା ରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନରୁ ଖସି ଲାଇନଚ୍ୟୁତ୍ ହୋଇଛି ୧୭ ଟି ବଗି । ଗୋଟିଏ ବଗି ଓଲଟି ପଡିଥିବା ବେଳେ ଗୋଟିଏ ଅଧା ଅଣେଇ ହୋଇ ରହିଛି।

ପାରାଦ୍ଵୀପ ବନ୍ଦର ଭିତରକୁ ଏହି ବଗି ଗୁଡିକ ଯାଉଥିଲା ମାଲବାହୀ ଟ୍ରେନ। ତେବେ ଏହି ୩୭ ଟି ବଗି ରିଜେକ୍ଟ ବଗି ହୋଇଥିବା ସୂଚନା ମିଳିଛି। ଏହି ବଗି ଗୁଡିକୁ ବନ୍ଦର ଭିତରେ ରଖାଯାଇଥାନ୍ତା। ପୁରୁଣା ବଗି ତିନି ରୁ ଚାରିଟି ବଗି ନେବା କଥା ମାତ୍ର ରେଲୱେ କତୃପକ୍ଷ ୩୭ ଟି ବଗି ଏକକାଳୀନ କାହିଁକି ଯାଉଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଲାଇନଚ୍ୟୁତ ଯୋଗୁ ରେଲୱେ ଟ୍ରାକ ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ଓ ବନ୍ଦର ଅଧିକାରୀ ପହଞ୍ଚି ଟ୍ରେନ ଲାଇନ କୁ ଠିକ୍ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *