Pratidin TV

Odisha's Digital News Platform

ଶୀତରେ ଥରୁଛି ଭାରତ : ଜିରୋ ଭିଜିବିଲିଟି ଯୋଗୁ ଟ୍ରେନ ଓ ବିମାନ ଚଳାଚଳ ବନ୍ଦ

1 min read

ନୂଆଦିଲ୍ଲୀ : ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ କମ୍ପୁଛି ଦେଶ । ପ୍ରବଳ ଶୀତରେ ଥରୁଛି ଉତ୍ତର ଭାରତ । ଅଧିକାଂଶ ସହରରେ ଜିରୋ ଭିଜିବିଲିଟି । ସୋମବାର ସକାଳେ ଘନ କୁହୁଡି ସହ ପ୍ରବଳ ଶୀତ ଥରାଇ ଦେଉଛି ଲୋକଙ୍କୁ । ଭାରତୀୟ ମୌସୁମୀ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି କି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶୀତରୁ ମୁକ୍ତି ମିଳିବ ନାହିଁ ।

କୁହୁଡ଼ି ସାଙ୍ଗକୁ କୋହଲା ପବନ । ପ୍ରବଳ ଶୀତ ଲହରି ନେଇ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଂଚଳରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଦିଲ୍ଲୀ-ଏନସିଆର ସମେତ ଆଖପାଖ ଅଂଚଳରେ ଘନ କୁହୁଡି ଯୋଗୁ ଜିରୋ ଭିଜିବିଲିଟି ରହିଛି । ବଠିଂଡାରେ ଜିରୋ ଭିଜିବିଲିଟି ଥିବା ବେଳେ ଅମୃତସରରେ ୨୫ ମିଟର, ଅମ୍ବାଲାରେ ୨୫ ମିଟର, ହିସାରରେ ୫୦ ମିଟର, ଦିଲ୍ଲୀରେ ୨୫ ମିଟର, ପାଲମରେ ୫୦ ମିଟର, ଆଗ୍ରାରେ ଶୂନ୍ୟ, ଲକ୍ଷ୍ନୌରେ ଶୂନ୍ୟ, ବାରାଣସୀରେ ୨୫ ମିଟର, ବହରାଇଚରେ ୫୦ ମିଟର, ପ୍ରୟାଗରାଜରେ ୫୦ ମିଟର, ବିହାର ପୁର୍ଣ୍ଣିଆ ଓ ଗୟାରେ ୫୦ ମିଟର, ଗଙ୍ଗାନଗରରେ ୨୫ ମିଟର ଭିଜିବିଲିଟି ରହିଛି । କୁହୁଡ଼ି ଯୋଗୁ ଦେଖାଯାଉନି ରାସ୍ତାଘାଟ । ପ୍ରବଳ କୁହୁଡ଼ି ଯୋଗୁଁ ଶତାଧିକ ଟ୍ରେନ୍ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *