Pratidin TV

Odisha's Digital News Platform

ଟ୍ରାକରୁ ଖସିଲା ସୁପରଫାଷ୍ଟ ଏକ୍ସପ୍ରେସ,ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

1 min read

ଥମୁନି ଅଘଟଣ । ବାହାନାଗା ରେଳ ଦୁର୍ଘଟଣା ପରେ ବାରମ୍ବାର ଘଟି ଚାଲିଛି ରେଳ ଦୁର୍ଘଟଣା । ୩ଦିନ ତଳେ ଓଡିଶା ସୀମାରେ ରେଳ ଦୁର୍ଘଟଣା ଘଟିଥିବା ବେଳେ ପୁଣି ଟ୍ରାକରୁ ଖସିଲା ଟ୍ରେନ୍ । କିନ୍ତୁ ଏଥିରେ ଅଳ୍ପକେ ବର୍ତିଗଲେ ଯାତ୍ରୀ । ଉତ୍ତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସପଡିଥିଲା ସୋହେଲ ଦେବ ଏକ୍ସପ୍ରେସ୍ ।

ଏହାବି ପଢନ୍ତୁ , https://www.pratidintv.com/14-dead-50-injured-in-andhra-train-accident-rescue-ops-on/

ଗାଜିପୁରରୁ ଆନନ୍ଦବିହାର ଅଭିମୁଖେ ଯାଉଥିବା ବେଳେ ସାହେଲ ଦେବ ଏକ୍ସପ୍ରେସ୍ ଗତକାଲି ରାତିରେ ପ୍ରୟାଗରାଜ ଷ୍ଟେସନରୁ ଛାଡିବା ପରେ ଏହି ଅଘଟଣ ଘଟିଛି । ହଠାତ୍ ଟ୍ରାକରୁ ଖସିଯାଇଥିଲା ଟ୍ରେନ୍ । ଟ୍ରେନର ଗତି କମ୍ ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତି ଯାଇଛି । ଏଥିରେ କେହି ମୃତାହତ ହୋଇନଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଆନ୍ଧ୍ରରେ ଘଟିଥିବା ରେଳ ଦୁର୍ଘଟଣାରକୁ ଦିନ କେଇଟା ବିତିନଥିବା ବେଳେ ପୁଣି ଏକ ଟ୍ରେନ୍ ଟ୍ରାକରୁ ଖସିଯାଇଥିବା ଘଟଣା ସାମ୍ନାକୁ ଆସିଛି । ସୌଭାଗ୍ୟବସତଃ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *