Pratidin TV

Odisha's Digital News Platform

ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା ; ପୁଣି ରେଳଧାରେ ଇଞ୍ଜିନରୁ ଅଲଗା ହୋଇଗଲା ୩୦ ବଗି …

1 min read

ଭଦ୍ରକ : ବାହାନଗା ଟ୍ରେନ ଟ୍ରାଜେଡି ମନରୁ ନଲିଭୁଣୁ ବିଗତ ଏକ ମାସ ଭିତରେ ରେଳ ଦୁର୍ଘଟଣା ସାଧାରଣ ଜନତାଙ୍କ ଶହ ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ବାହାନଗାର ସେଇ ଛାତିଥରା ଦୁର୍ଘଟଣାର କଥା କୁହନ୍ତୁ କି ଯାଜପୁର ରେଳ ଷ୍ଟେସନରେ ବର୍ଷାରୁ ରକ୍ଷା ପାଇବା ପାଈଁ ବିନା ଇଂଜିନ ରେ ଛିଡା ହୋଇଥିବା ଟ୍ରେନ ତଳେ ୬ ଜଣ ଶ୍ରମିକଙ୍କ ରକ୍ତ ଭୋଜି କଥା କୁହନ୍ତୁ ସେ ସବୁକୁ ମନେପକାଇଲେ ସତରେ ହୃଦୟ ଥରି ଉଠୁଛି ଆଉ ମନରେ ଭାବନା ମଧ୍ୟ ଆସୁଛି ଯେ ଟ୍ରେନ ଯାତ୍ରା କଣ ସତରେ ସୁରକ୍ଷିତ ନୁହଁ ।

ତେବେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନରେ । ଖବର ଅନୁଯାୟୀ ଗତକାଲି ମଧ୍ୟହ୍ନ ୪ ଟା ସମୟରେ ୧୧୮ ନଂ ଏଲସି ଗେଟ୍ ନିକଟରେ ମାଲବାହୀ ଟ୍ରେନ୍ଟି ଖଡ଼ଗପୁରରୁ ଆସୁଥିଲା। ଏଥିରେ ୬୦ଟି ବଗି ଥିଲା। ତେବେ ଚରମ୍ପା ଷ୍ଟେସନ ନିକଟରେ କୌଣସି କାରଣ ବଶତଃ ଏହା ମଝିରୁ ଅଲଗା ହୋଇଯାଇଥିଲା । ଅର୍ଥାତ୍ ୩୦ଟି ବଗି ଧରି ଇଞ୍ଚିନ ପଳାଇଥିଲା। ଆଉ ୩୦ଟି ବଗି ରହି ଯାଇଥିଲା। ପରେ ଗାର୍ଡ ଷ୍ଟେସନକୁ ଖବର ଦେବା ପରେ ଟ୍ରେନ୍କୁ ଅଟକିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଇଞ୍ଜିନ ପଛକୁ ଫେରିଥିଲା। ବଗି ଗୁଡ଼ିକ ଯୋଡ଼ିବା ପରେ ଟ୍ରେନ୍ ପୁଣି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

Advertisement

ରେଳ କର୍ମଚାରୀଙ୍କ ଖାମଖିଆଲି ଓ ଅବହେଳା କାର୍ଯ୍ୟ ଯୋଗୁ ଏହିପରି ହୋଇଥିବା ନେଇ ସାଧରଣ ରେ ଚର୍ଚ୍ଚାହେଉଛି ।ତେବେ ଯଦି ଠିକ୍ ସେହି ସମୟରେ ସେହି ଲାଇନରେ ଅନ୍ୟ ଏକ ଟ୍ରେନ୍ ଆସିଥାନ୍ତା ତେବେ କ\’ଣ ହୋଇଥାନ୍ତା ଯାହା ସମସ୍ତଙ୍କ ମୁହଁରେ ପ୍ରଶ୍ନ ? ତେବେ ଏଭଳି ଘଟଣା ରେଳ ବିଭାଗର ଖମାଖିଆଲି ନା ଦୁର୍ଘଟଣା ?

Leave a Reply

Your email address will not be published. Required fields are marked *