Pratidin TV

Odisha's Digital News Platform

ବଡ ଧରଣରୁ ଦୁର୍ଘଟଣା ପରେ ରେଳ ବିଭାଗ ବାତିଲ କଲା ୪୫ଟି ଟ୍ରେନ, ଅନ୍ୟ ୨୬ଟିର ହେଲା ଗତିପଥ ପରିବର୍ତ୍ତନ..

1 min read

ରବିବାର ଦିନ ଆନ୍ଧ୍ର ପ୍ରଦେଶ ବିଜୟନଗରମରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । କଣ୍ଟକାପଲ୍ଲୀ ଏବଂ ଆଲମଣ୍ଡା ରେଳ ଷ୍ଟେସନ ମଧ୍ୟରେ ଦୁଇଟି ପାସେଞ୍ଜର ଟ୍ରେନ୍‌ଧକ୍କା ହୋଇଛି । ଷ୍ଟେସନ ନିକଟରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଛି । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଓଡ଼ିଶା ସୀମାବର୍ତ୍ତୀ ଆନ୍ଧ୍ରପ୍ରଦେଶ ରେ ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏତେ ବଡ ଦୁର୍ଘଟଣା ଯୋଗୁଁ ୪୫ ଟି ଟ୍ରେନ୍‌କୁ ରେଳ ବିଭାଗ ପକ୍ଷରୁ ବାତିଲ୍ କରାଯାଇଛି । ଏହାସହ ୨୬ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି । ୬ଟି ଟ୍ରେନ ଛାଡିବା ସମୟରେ ପରିବର୍ତ୍ତନ କରାଯାଇଛି । ତେବେ ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସରିବ ବୋଲି ସିପିଆରଓ ସୂଚନା ଦେଇଛନ୍ତି ।

Also Read , https://www.pratidintv.com/14-dead-50-injured-in-andhra-train-accident-rescue-ops-on/
ତେବେ ଜାଣନ୍ତୁ କେଉଁ ସବୁ ଟ୍ରେନ ବାତିଲ ହୋଇଛି ..

Advertisement
  • ଚେନ୍ନାଇ-ପୁରୀ ଏକ୍ସପ୍ରେସ ପାସେଞ୍ଜର ଟ୍ରେନ
  • ତିରୁପତି-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
  • ବିଶାଖାପାଟଣା-ତିରୁପତି ପାସେଞ୍ଜର ଟ୍ରେନ୍‌
  • ଭୁବନେଶ୍ୱର- ବିଶାଖାପାଟଣା ଇଣ୍ଟରସିଟି
  • ରାୟଗଡା-ଗୁଣପୁର ସ୍ପେଶାଲ ଟ୍ରେନ୍‌
  • ରାୟପୁର-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍‌
  • ବିଶାଖାପାଟଣା-ରାୟପୁର ସ୍ପେଶାଲ୍ ଟ୍ରେନ୍‌
  • ପଲାସା-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍
  • ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍
  • କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍‌
  • ରାୟଗଡା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
  • ବିଜୟନଗରମ୍‌-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍‌
  • ବିଶାଖାପାଟଣା-ଗୁଣପୁର ସ୍ପେଶାଲ୍ ଟ୍ରେନ୍‌
  • ଗୁଣପୁର-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍‌
  • ଏମ୍‌ଜିଆର୍ ଚେନ୍ନାଇ ସେଣ୍ଟ୍ରାଲ୍‌-ପୁରୀ ଏକ୍ସପ୍ରେସ୍‌
  • ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ୍‌
  • ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍
  • ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ୍
  • ବିଶାଖାପାଟଣା-ଗୁଣ୍ଟୁର ଏକ୍ସପ୍ରେସ୍
  • ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌
  • ପଲାସା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
  • ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍
  • ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ୍
  • ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍
  • ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌

Leave a Reply

Your email address will not be published. Required fields are marked *