Pratidin TV

Odisha's Digital News Platform

ଟ୍ରାକରୁ ପ୍ଲାଟଫର୍ମ ଉପରେ ଚଢି ଲୋକଙ୍କ ଆଡକୁ ମାଡିଆସିଲା ଟ୍ରେନ…

1 min read


ଉତ୍ତରପ୍ରଦେଶ: ପୁଣି ଘଟିଲା ଟ୍ରେନ ଦୁର୍ଘଟଣା । ଟାକ୍ର ଛାଡି ପ୍ଲାଟଫର୍ମ ଉପରକୁ ଚଢିଆସିଲା ଟ୍ରେନ । ଉତ୍ତରପ୍ରଦେଶର ମଥୁରା ଜଙ୍କସନ ରେଳ ଷ୍ଟେସନରେ ଏଭଳି ଘଟଣା ଘଟିଛି । ବ୍ରେକ ବଦଳରେ ଏକ୍ସିଲେଟର ଦାବି ଦେଲେ ଡ୍ରାଇଭର । ଯାହାଫଳରେ ଟ୍ରାକରେ ଯାଉଥିବା ଇଏମୟୁ ଟ୍ରେନ ଟି ହଠାତ ଟ୍ରାକରୁ ପ୍ଲାଟଫର୍ମ ଉପରକୁ ମାଡି ଆସିଥିଲା । ଏଥିରେ ଜଣେ ମହିଲା ଆହାତ ହୋଇଛନ୍ତି । ସୂଚନା ମୁତାବକ ମଙ୍ଗଳବାର ରାତି ପ୍ରାୟ ୧୦.୫୦ ରେ ଟ୍ରେନଟି ଶକୁର୍ବାସ୍ତିରୁ ପ୍ଲାଟଫର୍ମ ୨ଏ ରେ ପହଞ୍ଚି ଥିଲା । ପାଲ୍ଟଫର୍ମରେ ଟ୍ରେନ୍ ଟ୍ରାକରେ ରହିବା ପରିବର୍ତ୍ତେ ପ୍ଲାଟଫର୍ମ ଉପରକୁ ଚଢିଥିଲା ବୋଲି ଅଧିକାରୀ କହିଛନ୍ତି । ସୈାଭାଗ୍ୟ ବଶତଃ ଟ୍ରେନରେ କୈାଣସି ଯାତ୍ରୀ ନଥିଲେ । ନଚେତ ଏକ ବଡ ଅଘଟଣ ଘଟିଥାନ୍ତା । ପ୍ଲାଟଫର୍ମରେ ଥିବା ଯାତ୍ରୀ ମାନେ ଏହା ଦେଖି ଭୟରେ ନିଜର ଜୀବନ ବଞ୍ଚାଇ ଏଣେତେଣେ ଦୈାଡିବାକୁ ଲାଗିଲେ । ତେବେ ଉତ୍ତର କେନ୍ଦ୍ରୀୟ ରେଳ ବିଭାଗର ଆଗ୍ରା ବିଭାଗର ବିଭାଗୀୟ ବାଣିଜ୍ୟ ପରିଚାଳକ ତଥା ଜନସମ୍ପର୍କ ଅଧିକାରୀ ପ୍ରଶସ୍ତି ଶ୍ରୀବାସ୍ତବ କହିଛନ୍ତି ଯେ ଏହି ଘଟଣାରେ ଜଣେ ମହିଳା ସାମାନ୍ୟ ଆହତ ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏହି ଅସ୍ୱାଭାବିକ ଘଟଣାରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ ବୋଲି ଉତ୍ତର କେନ୍ଦ୍ରୀୟ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି । ସେପଟେ ଏହି ଦୁର୍ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି ।

Advertisement

Leave a Reply

Your email address will not be published. Required fields are marked *