Pratidin TV

Odisha's Digital News Platform

ବାତ୍ୟା ପରେ ଆରମ୍ଭ ହେଲା ଟ୍ରେନ ଚଳାଚଳ; କିନ୍ତୁ ହୋଇନି ସ୍ବାଭାବିକ

1 min read

ଆରମ୍ଭ ହେଲା ଟ୍ରେନ୍ ଚଳାଚଳ । କିନ୍ତୁ ସ୍ବାଭାବିକ ହୋଇନି । ବାତ୍ୟା ଦାନା ପାଇଁ ୨00ରୁ ଉର୍ଦ୍ଧ୍ବ ଟ୍ରେନ ବାତିଲ କରିଥିଲା ପୂର୍ବତଟ ରେଳବାଇ । ଏବେ ବାତିଲ୍ ଟ୍ରେନ୍ ଛଡ଼ା ଅନ୍ୟ ସମସ୍ତ ଟ୍ରେନ୍ ସମୟ ଅନୁସାରେ ଚାଲିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଲୱେ । ବିଶାଖାପାଟଣା ପଟୁ ଡାଉନ୍ ଟ୍ରେନ ଭୁବନେଶ୍ବର, ହାଓ୍ୱଡ଼ା ଚାଲିଲାଣି । ଖଡଗପୁର ପଟୁ ବିଶାଖାପାଟଣା ଅପ୍ ଟ୍ରେନ୍ ୨ଟାରେ ଭଦ୍ରକ ପହଞ୍ଚିବ । ସେହିପରି ହାଓ୍ୱଡା-ବେଙ୍ଗାଲୁରୁ ଦୁରନ୍ତ ଏକ୍ସପ୍ରେସ୍ ୧୨ଟା ୪୫ରେ ଛାଡ଼ିବ । ଦିନ ୧୨ଟା ପରେ ଭୁବନେଶ୍ବର ଓ ପୁରୀରୁ ଟ୍ରେନ ଗଡ଼ିବା ନେଇ ସୂଚନା ଦେଇଛି ରେଲୱେ ।

ପ୍ରଥମେ ଆସିବ ହାୱଡ଼ା-ବାଙ୍ଗାଲୋର ଦୂରନ୍ତ ଏକ୍ସପ୍ରେସ । ସେହିପରି ବାତିଲ ହୋଇଥିବା ଟ୍ରେନକୁ ଛାଡ଼ି ମଧ୍ୟାହ୍ନ ୧୨ଟା ପରେ ଗଡ଼ିବ ଭୁବନେଶ୍ବର ଓ ପୁରୀରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍। ବାତ୍ୟା ମୁକାବିଲା ପାଇଁ ରେଳବୋର୍ଡ଼ ସମେତ ପୂର୍ବତଟ ରେଳପଥ ମୁଖ୍ୟାଳୟ, ସମ୍ବଲପୁର ଡିଭିଜନ୍‌, ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌, ଚକ୍ରଧରପୁର, ୱାଲଟିୟର୍‌ ଓ ଖଡ଼ଗପୁର ଡିଭିଜନରେ ୱାରରୁମ୍‌ ଖୋଲାଯାଇଛି । ତେବେ ଆଜି ୫୪ ଟ୍ରେନ୍‌ ବାତିଲ ରହିବ । ସେହିପରି ଶନିବାର ୧୦ଟି ଟ୍ରେନ୍‌ ଓ ୨୭ ତାରିଖରେ ୩ ଓ ୨୯ରେ ୩ଟି ଟ୍ରେନ୍‌ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବସ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଫଳରେ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ହନ୍ତସନ୍ତ ହେଇଉଛନ୍ତି ଯାତ୍ରୀ ।

Advertisement

ଗତକାଲି ମଝିରାତିରେ ମାଡ଼ ହୋଇଥିଲା ବାତ୍ୟା ଦାନା । ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ । ରାତି ୧୨ଟା ୫ରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ । ଫଳରେ ଟଳିପଡ଼ିଥିଲା ଅନେକ ଗଛ । ଭାଙ୍ଗି ଯାଇଥିଲା ଚାଳ ଛପର ଘର। ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।

Leave a Reply

Your email address will not be published. Required fields are marked *