Pratidin TV

Odisha's Digital News Platform

ଟ୍ରେନରେ ଲାଗିଲା ନିଆଁ ! ଫିଲ୍ମ ଷ୍ଟାଇଲରେ ଟ୍ରେନରୁ ଡେଇଁ ଜୀବନ ବଞ୍ଚାଇଲେ ଯାତ୍ରୀ ..

1 min read

ନୂଆଦିଲ୍ଲୀ : ଅବଧ ଆସାମ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ । ଧୂଆଁରେ ଭରିଗଲା ପୂରା ବଗି । ଡେଇଁକି ଜୀବନ ବଂଚାଇଲେ ଯାତ୍ରୀ । ଅବଧ ଆସାମ ଏକପ୍ରେସ ଏକ ଦୁର୍ଘଟଣାର ଶିକାର ହେବାକୁ ଯାଉଥିବା ବେଳେ ଅଳ୍ପକେ ବର୍ତି ଯାଇଛି । ଏଥିରା କାହାରି କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ଏହାର ବି-୨ ଏସି କୋଚ ହଠାତ୍ ଧୂଆଁରେ ଭରି ଯାଇଥିବା ବେଳେ ଯାତ୍ରୀମାନେ ହଡବଡେଇ ଯାଇଥିଲେ ।

ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜର ଉପସ୍ଥିତ ବୁଦ୍ଧିରେ ରାମଦୟାଳୁ ଷ୍ଟେସନର ଆଉଟରେ ଚେନ୍ ପୁଲିଂ କରି ଦେଇଥିଲେ । ଫଳରେ ଟ୍ରେନ୍ ଅଟକିବା ପରେ ଏସିବଗିର ଯାତ୍ରୀମାନେ ଜୀବନ ବଂଚାଇବାକୁ ଜଣକ ପରେ ଜଣେ ବଗିରୁ ଡେଇଁ ପଡିଥିଲେ । ୧୫୯୦୯ ଅବଧ ଆସାମ ଏକ୍ସପ୍ରେସ୍ ଦିବ୍ରୁଗଡ଼ରୁ ଲାଲଗଡ଼ ଯାଉଥିଲା । କିଛି ସମୟ ପାଇଁ ଟ୍ରେନ୍‌ରେ ନିଆଁ ଲାଗିଯାଇଥିବା ମଧ୍ୟ ଶୁଣିବାକୁ ମିଳିଥିଲା । ଏସି କୋଚରେ ଧୂଆଁ ଦେଖି ଯାତ୍ରୀମାନ ଡରି ଯାଇଥିଲେ ।

ମୁଜାଫରପୁରରୁ ପ୍ରାୟ ୬ଟା ୩୦ରେ ଟ୍ରେନ୍ ଯାତ୍ରା ଆରମ୍ଭ କରିଥିଲା । କୁହାଯାଉଛି କି କୌଣସି କାରଣରୁ ଏସି ବଗିର ଚକା ଜାମ ହୋଇଯିବାରୁ ଧୂଆଁ ବାହାରିଥିଲା । ଆଉ ଏହାପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଦେଖାଦେଇଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନ ଯାଇନି । ହେଲେ କାହିଁକି ଟ୍ରେନ୍‌ରେ ନିଆଁ ଲାଗିଲା ତାର କାରଣ ଏପର୍ଯ୍ୟନ୍ତ ସ୍ଫଷ୍ଟ ଭାବେ ଜଣାପଡ଼ି ନାହିଁ । ଏନେଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *