Pratidin TV

Odisha's Digital News Platform

ଯାତ୍ରୀଙ୍କୁ ନେଇ ଯାଉଥିଲା ମେମୁ ,ଟ୍ରାକରେ ଥିବା ବେଳେ ଇଞ୍ଜିନରେ ଲାଗିଗଲା ନିଆଁ

1 min read

ଗୁଜୁରାଟ: ଟ୍ରେନରେ ଲାଗିଲା ଭୟଙ୍କର ନିଆଁ । ଟ୍ରାକରେ ହୂତ ହୂତ ହୋଇ ଜଳି ଉଠିଲା ଟ୍ରେନ । ଗୁଜୁରାଟର ଦାହୋଡ ଜିଲ୍ଲା ଜାକୋଟ ଷ୍ଟେସନରେ ଲାଗିଛି ଏହି ନିଆଁ । ଗୋଦ୍ଧ୍ରା ଯାଉଥିଲା ମେମୁ ଟ୍ରେନ । ଦାହୋଡ ଆନନ୍ଦ ମେମୁ ଟ୍ରେନର କୋଚରେ ଲାଗିଛି ନିଆଁ । ଟ୍ରେନର କିଛି ବଗି ସମ୍ପୂର୍ଣ୍ଣ ରୁପେ ପୋଡି ଯାଇଛି । ତେବେ କେହି ମୃତାହତ ହୋଇଥିବା ନେଇ ବର୍ତ୍ତମାନ ସୁଦ୍ଧ କୌଣସି ସ୍ପଷ୍ଟ ଖବର ମିଳି ନାହିଁ । ନିଆଁ ଲାଗିଥିବା ଦେଖି ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି । ଏହି ମେମୁରେ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରିଥାନ୍ତି । ଅପରାହ୍ନ ୧୨ ଟା ବେଳେ ଟ୍ରେନଟି ଦାହୋଡରୁ ବାହାରିଥିବା ବେଳେ ଜାକୋଟ ଷ୍ଟେସନରେ ଅଟକ ଥିଲା ।ଠିକ ଏହି ସମୟରେ ଟେୟନ ଇଞ୍ଜିନ ଏବଂ ତା ପଛ ବଗିରେ ନିଆଁ ଲାଗିଯାଇଥିବା ଦେଖିବାକୁ ପାଇଥିଲେ । ଟ୍ରେନରେ ନିଆଁ ଲାଗିବା ଦେଖି ଭିତରେ ବସିଥିବା ଯାତ୍ରୀ ସବୁ ବାହାରି ଆସିଥିଲେ । ତେବେ ନିଆଁ ଲାଗିଥିବା ଇଞ୍ଜିନ ଏବଂ ବଗି ଠାରୁ ଅନ୍ୟ ବଗିଗୁଡିକୁ ରେଳ ବିଭାଗ ପକ୍ଷରୁ ଅଲଗା କରାଯାଇଛି ।

ନିଆଁ ଲାଗିବା ନେଇ ଅଗ୍ନିଶମ ବିଭାଗ ଖବର ଦିଆଯାଇଥିବା ବେଳେ ଘଟଣାସ୍ତଳରେ ପହଁଚି ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । ଟ୍ରେନ ଇଞ୍ଜିନ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବା ବେଳେ କୌଣସି ଯାତ୍ରୀ ଆହତ ହୋଇ ନଥିବା ସୂଚନା ମିଳିଛି । ରେଳ ବିଭାଗ ପକ୍ଷରୁ ମଧ୍ୟ ଏହି ସୂଚନା ଜାରି କରାଯାଇଛି । ନିଆଁ ଅଳ୍ପ ଲାଗିଥିବା ବେଳେ ସମସ୍ତ ଯାତ୍ରୀ ଟ୍ରେନରୁ ବାହାରିବାରେ ସଫଳ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *