ଟ୍ରେନି ଡାକ୍ତରଙ୍କୁ କୁକର୍ମ ପରେ ହତ୍ୟା ଘଟଣା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରୁ କୋଲକାତା ପହଞ୍ଚିଲା ସିବିଆଇ
1 min readସ୍ଥାନୀୟ ଆର୍.ଜି କର ଭେଷଜ ମହାବିଦ୍ୟାଳୟର ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ମଙ୍ଗଳବାର ହାଇକୋର୍ଟ ଘଟଣା ତଦନ୍ତ ଭାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବା ଲାଗି ରାଜ୍ୟ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ହାଇକୋର୍ଟ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଆନ୍ଦୋଳନରୁ ଓହରି ରୋଗୀଙ୍କ ସେବା କରିବା ଲାଗି ନିବେଦନ କରିଛନ୍ତି। ଗତକାଲି ଶୁଣାଣି ସମୟରେ ହାଇକୋର୍ଟ ଉକ୍ତ ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ।
କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ । ଆଜି ପଶ୍ଚିମବଙ୍ଗ ଯିବ CBIର ଏକ ସ୍ପେଶାଲ୍ ଟିମ୍ । ସକାଳ ୧୦ଟା ସୁଦ୍ଧା ସମସ୍ତ କାଗଜପତ୍ର ହସ୍ତାନ୍ତର କରିବାକୁ କୋଲକାତା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତଦନ୍ତରେ ଗୁରୁତର ତ୍ରୁଟି ଥିବା ଦର୍ଶାଇ ସିବିଆଇକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ ।
ସିବିଆଇ ଏହି ମାମଲା ଦାୟର କରିଛି ଏବଂ ଦିଲ୍ଲୀର ଏକ ସ୍ୱତନ୍ତ୍ର ମେଡିକାଲ ଏବଂ ଫରେନସିକ୍ ଟିମ୍ କୋଲକାତାରେ ପହଞ୍ଚିଛି। ମଙ୍ଗଳବାର ଦିନ କଲିକତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ସ୍ନାତକୋତ୍ତର ପ୍ରଶିକ୍ଷକ (ପିଜିଟି) ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଏହାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଏଭଳି ଏକ ସଂଗୀନ ମାମଲାରେ ୫ ଦିନ ପରେ ବି ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ । ତେଣୁ ସମୟ ନଷ୍ଟ ନ କରି ତୁରନ୍ତ ସିବିଆଇକୁ ଏହାର ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମୃତ ଡାକ୍ତରଙ୍କ ପରିବାର ପକ୍ଷରୁ ପ୍ରମାଣ ନଷ୍ଟ କରାଯାଇପାରେ ବୋଲି ହାଇକୋର୍ଟରେ ଚିନ୍ତା ପ୍ରକଟ କରାଯିବା ସହ ନିରପେକ୍ଷ ଏଜେନ୍ସି ଦ୍ୱାରା ତଦନ୍ତ ପାଇଁ ଆବେଦନ କରାଯାଇଛି ।
ସମସ୍ତ ଡକ୍ୟୁମେଣ୍ଟ ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ କୋଲକାତା ପୋଲିସକୁ କହିଛନ୍ତି। ଏହାପୂର୍ବରୁ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (FAIMA) ଜଣେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ବିରୋଧରେ ଏକତା ଦୃଷ୍ଟିରୁ ମଙ୍ଗଳବାର ଠାରୁ ଓପିଡି ସେବା ବନ୍ଦ କରିବାକୁ ଆହ୍ୱାନ ଦେବା ପରେ ଡାକ୍ତର ଏବଂ ଡାକ୍ତରୀ ଛାତ୍ରମାନେ AIIMS ଦିଲ୍ଲୀରେ ବିରୋଧ କରିଥିଲେ।