Pratidin TV

Odisha's Digital News Platform

ପ୍ରେମ ପାଇଁ ପୁଅରୁ ଝିଅ ହେଲେ , ବାହା ହେବାକୁ ମନା କରିବାରୁ ପ୍ରେମିକର ଗାଡି ଜାଳିଲେ ..

1 min read

ଧୋକା ଦେଇଦେଲା ପ୍ରେମିକ । ଯେଉଁ ପ୍ରେମିକ କୁ ପାଇବା ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରି ଝିଅରୁ ପୁଅ ହୋଇଥିଲେ । ସେହି ପ୍ରେମିକ ଆଜି ପ୍ରତାରଣା ଦେଲା , ଯାହାପରେ ରାଗରେ ପ୍ରେମିକା ଜଣକ କିଛି ଏମିତି କରିଲା ଯାହା ଏବେ ଚାରିଆଡେ ଚର୍ଚ୍ଚା । ଦୁଇ ଯୁବକଙ୍କ ଅଜବ ପ୍ରେମ କାହାଣୀ । ୫୦ ଲକ୍ଷ ଖର୍ଚ୍ଚ କରି ଯୁବକ ଜଣଙ୍କ ଝିଅ ହୋଇଥିଲେ । ହେଲେ ପ୍ରେମିକ ଜଣକ ବାହା ହେବାକୁ ମନା କରିବାରୁ ପ୍ରେମିକା ଜାଳିଦେଲେ କାର୍ । ତେବେ ଏପରି ଏକ ଘଟଣା ଦେଖିବାକୁ ମିଲିଛି ଉତ୍ତର ପ୍ରଦେଶର କାନପୁରରେ । ଘଟଣାର ପୂରା ଭିଡିଓ ସିସିଟିଭିରେ କଏଦ ହୋଇଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେବାରେ ଲାଗିଛି ।

ଭିଡିଓ ଭାଇରାଲ ପରେ ପୋଲିସ ଘଟଣାର ତଦନ୍ତ କରି ମଙ୍ଗଳବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ ର ପଚରା ଉଚରା ପରେ ସାମ୍ନାକୁ ଆସିଥିଲା ପୁରା ସତ । ପୋଲିସର କହିବାନୁସାରେ, ଚାକେରୀ ପୋଲିସ ଷ୍ଟେସନ ପରିସରରେ ଥିବା ଶ୍ୟାମ ନଗରର ବାସିନ୍ଦା ବୈଭବ ଶୁକ୍ଲା ଇନଷ୍ଟାଗ୍ରାମ ମାଧ୍ୟମରେ ଇନ୍ଦୋରର ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ । ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଲା ଏବଂ ପରେ ଉଭୟ ବିବାହ କରିବାକୁ ମନସ୍ଥ କରିଥିଲେ । ଏହା ପରେ ଜଣେ ଯୁବକ ୨୦୨୨ ମସିହାରେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଥିଲେ । ଯାହା ପରେ କିଛି ପ୍ରସଙ୍ଗକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଲା । ଏହା ପରେ ବୈଭବ ଶୁକ୍ଲା ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ ।

Advertisement

ଏହାର ପ୍ରତିଶୋଧ ନେବାକୁ ଝିଅ ହୋଇଥିବା ଯୁବକ ଏବଂ ତାଙ୍କ ବନ୍ଧୁ ରୋହନ ଯାଦବ ବୈଭବଙ୍କ କାର ଓ ଘରେ ନିଆଁ ଲଗାଇବା ପାଇଁ ଯୋଜନା କରିଥିଲେ । ଏହା ପରେ ଉଭୟ ବୈଭବଙ୍କ ଘରେ ପହଞ୍ଚି ତାଙ୍କ ଘର ବାହାରେ ପାର୍କିଂ ହୋଇଥିବା କାରରେ ପେଟ୍ରୋଲ ଢାଳି ଫିଲ୍ମ ଷ୍ଟାଇଲରେ ନିଆଁ ଲଗାଇ ଦେଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ବୈଭବଙ୍କ ବାପା ଏହି ଘଟଣା ସମ୍ପର୍କରେ ପୋଲିସ କୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା , ଏବଂ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଏହାପରେ ସିସିଟିଭି ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *