Pratidin TV

Odisha's Digital News Platform

ଜନ୍ମଦିନରେ ବୟସ ଲୁଚେଇଲେ, ମୀରା ପରିଡ଼ା…

ବୟସ ଲୁଚାଉଛନ୍ତି ମୀରା ପରିଡା । ଦିନେ ପରିଚୟ ପାଇଁ ସଂଘର୍ଷ କରୁଥିବା ମୀରା ପରିଡ଼ା ଏବେ ସମାଜରେ ଜଣେ ପ୍ରତିଷ୍ଠିତ ଚେହେରା । କିନ୍ନର ସମାଜର ପରିଚିତ ଚେହେରା ମୀରା ପରିଡ଼ା । କେବଳ ନିଜ ପାଇଁ ନୁହେଁ କିନ୍ନରମାନଙ୍କ ପରିଚୟ ଏବଂ ଅଧିକାର ପାଇଁ ମୀରାଙ୍କ ସଂଘର୍ଷ ଏବେ ବି ଜାରି ରହିଛି । ଅନେକ ସଂଘର୍ଷ ପରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ମୀରା ପରିଡା ଆସନ୍ତାକାଲି ପାଳିଥିଲେ ନିଜର ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇଥିଲା । ତେବେ ସେହି ଶିବିରରେ ତାଙ୍କୁ ତାଙ୍କର ବୟସ ପଚାରିଥିଲେ ସାମ୍ବାଦିକ ମାନୋ ହେଲେ ଏକଥା ଶୁଣିବା ପରେ ପୁରାପୁରି ଲାଜେଇ ଯାଇଥିଲେ ମୀରା । ଆଉ ସମସ୍ତଙ୍କ ଆଗରେ ଏହି ପ୍ରଶ୍ନକୁ ଏଡାଇ ଦେଲେ । ତେବେ ଶୁଣୁନ୍ତୁ ଏନେଇ କଣ କହୁଛନ୍ତି ମୀରା ।

‘‘ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଗଡ଼ତରା ଗାଁରେ ତାଙ୍କର ଜନ୍ମ । ଦିନେ ନିଜର ପରିଚୟ, ନିଜର ଅସ୍ତିତ୍ୱ ଖୋଜୁଥିଲେ ମୀରା । କିନ୍ତୁ ଆଜିର ଦିନରେ ସେ ଜଣେ ଉଦ୍ୟୋଗୀ, ସାମାଜିକ କର୍ମୀ ଏବଂ ନେତ୍ରୀ ଭାବେ ପରିଚୟ ହାସଲ କରିଛନ୍ତି । ଓଡ଼ିଶାର କିନ୍ନର ସମୁଦାୟଙ୍କ ଅଧିକାର ପାଇଁ ସଂଘର୍ଷ କରି ସେ ଆଜି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Leave a Reply

Your email address will not be published. Required fields are marked *