Pratidin TV

Odisha's Digital News Platform

ବସ ଧର୍ମଘଟ ସ୍ଥଗିତ ହୋଇଛି, ପ୍ରତ୍ୟାହୃତ ହୋଇନାହିଁ…

ବସ ଧର୍ମଘଟ, ବର୍ତ୍ତମାନ ସ୍ୱଭାବିକ ହେବ ବସ ଚଳାଚଳ । ବସ ଧର୍ମଘଟ ନ ହେବା ନେଇ କହିଲା ଘରୋଇ ବସ ମାଲିକ ସଂଘ । ଆଜି ଭୁବନେଶ୍ୱରରେ ସରକାର ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ବୈଠକ ହେବାକୁ ଥିବା ବେଳେ ତାହା ଶେଷ ହୋଇଛି । ବୈଠକ ଆଲୋଚନା ଗୁଡିକ ସଫଳ ହୋଇଥିବା ବେଳେ ଧର୍ମଘଟ ସ୍ଥଗିତ ହୋଇଛି ବୋଲି ବସ ମାଲିକ ସଂଘ କହିଛି । ଆସନ୍ତା ୩୦ ତାରିଖ ମଧ୍ୟରେ ଲିଖିତ ପ୍ରତିଶୃତି ଦେବାପାଇଁ ସରକାରଙ୍କୁ ଚେତାବନି ଦେଇଛି ବସ ମାଲିକ ସଂଘ । ସେପଟେ ରାଜ୍ୟରେ ସମସ୍ତ ବ୍ଲକରୁ ଜିଲ୍ଲକୁ ଗଡିବ ଲକ୍ଷ୍ମୀ ବସ । ଏନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଦିଆଯାଇଥିବା ଦାବିକୁ ପରିବହନ କମିଟି ବିଚାର କରିବ । ତେବେ ଆଗକୁ ବସ ଧର୍ମଘଟ ହେବନି, ଆସନ୍ତା ୩୧ ତାରିଖରୁ ବସ ଚାଲିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ।

Leave a Reply

Your email address will not be published. Required fields are marked *