Pratidin TV

Odisha's Digital News Platform

ଆଜିଠୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ , ରାଜ୍ୟର ସବୁ ତେଲ ଡିପୋରୁ ତେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା ….

1 min read

ଭୁବନେଶ୍ୱର ; ପୁଣି ହନ୍ତସନ୍ତ ହେବେ ଯାତ୍ରୀ । ଓଡିଶାରେ ବନ୍ଦ ରହିବ ପରିବହନ ସେବା । କେବଳ ଡିଜେଲ ପେଟ୍ରୋଲ ମିଳିବା କଷ୍ଟକର ହେବ ନାହିଁ ତା ଛଡା ପରିବହନ ଶ୍ରମିକଙ୍କ ଧର୍ମଘଟ ଯୋଗୁ ପରିବହନ ସେବା ଠପ୍ ପଡିଯିବ । ଫଳରେ ସମସ୍ତ ପ୍ରକାରର ପରିବହନ ସେବା ବାଧାପ୍ରାପ୍ତ ହେବା । କାରଣ ଯୋଗାଣ ପ୍ରଭାବିତ ହେଲେ ଆଜି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି। ଏହାଦ୍ୱାରା ଲୋକେ ତ ହଇରାଣ ହେବେ, ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି।

ଆଜି ଧର୍ମଘଟକୁ ଓହ୍ଲାଇଛନ୍ତି ରାଜ୍ୟ ପରିବହନ ଶ୍ରମିକ । ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବିରେ ଆଜି ଏଭଳୀ ନିଷ୍ପତ୍ତି ନେଇଛି ସଂଘ । ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାର ଆଣିଥିବା ନୂଆ ଦଣ୍ଡ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ସକାଳ ୮ଟାରୁ ପ୍ରତିବାଦ ଆରମ୍ଭ ହୋଇଛି । ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ପରିବହନ ଶ୍ରମିକ ସଂଘ । ପରିବହନ କ୍ଷେତ୍ରରେ ନିୟୋଜିତ ଥିବା ଡ୍ରାଇଭର ଓ ପରିବହନ ଶ୍ରମିକଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଧର୍ମଘଟ ଭିତରେ ପୁଣି ତେଲ ସଙ୍କଟ ଆଶଙ୍କା ଦେଖାଦେଇଛି । ପାରାଦୀପର ୩ ଟମିନାଲରୁ ତେଲ ଟ୍ୟାଙ୍କର ନଆସିବା ନେଇ ସୂଚନା ମଳିଛି ।

Advertisement

ଅନ୍ୟପକ୍ଷରେ ଓଡ଼ିଶା ପରିବହନ କର୍ମଚାରୀ ସଂଘର ଆନ୍ଦୋଳନ ଡାକରାକୁ ସମର୍ଥନ ଦେବେ ନାହିଁ ରାଜ୍ୟ ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ। ତେଣୁ ରାଜ୍ୟରେ ଉଭୟ ଘରୋଇ ବସ୍ ଓ ମାଲବାହୀ ଟ୍ରକ୍ ସ୍ୱାଭାବିକ ଭାବେ ଚଳାଚଳ କରିବ। ଯାତ୍ରୀବାହୀ ବସ୍ ଯାତାୟାତ ବେଳେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡ଼ାଇବା ଲାଗି ପ୍ରଶାସନର ସହଯୋଗ ମଧ୍ୟ ଲୋଡ଼ିଛି ସଂଘ। ସେହିପରି ଅଲ ଓଡିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡରେସନ ପକ୍ଷରୁ ଦିଆଯାଇଥିବା ଚକାବନ୍ଦ ଆନ୍ଦୋଳନକୁ ରାଜ୍ୟ ଟ୍ରକ ମାଲିକ ମହାସଙ୍ଗ ସମର୍ଥନ ଦେବ ନାହିଁ। ଏହି ସୂଚନା ଦେଇଛନ୍ତି ରାଜ୍ୟ ଟ୍ରକ ମାଲିକ ମହାସଂଘ ସାଧାରଣ ସମ୍ପାଦକ ରବି ଶତପଥୀ।

Leave a Reply

Your email address will not be published. Required fields are marked *