Pratidin TV

Odisha's Digital News Platform

ଓଡିଶାରୁ ଅଯୋଧ୍ୟାକୁ ରୂପା ଇଟା ପଠାଇବ କିନ୍ନର ସଂଘ , ଆଜିଠୁ ଆରମ୍ଭ ହେଲା ..

କଟକ : ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ ହେଲେ ରାଜ୍ୟ କିନ୍ନର ମହାସଂଘ । ଓଡ଼ିଶା କିନ୍ନର ସମାଜର ଗୁରୁ ସୁଇଟ ସାହୁଙ୍କ ନେତୃତ୍ୱରେ ୨କେଜି ଓଜନର ଏକ ରୂପା ଇଟା ଆଜି ସଂଘ ପକ୍ଷରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ପ୍ରଦାନ କରାଯିବ ବୋଲି କହିଛନ୍ତି କିନ୍ନର ସଙ୍ଘ ।

ତେବେ ଏନେଇ କିନ୍ନର ମାନେ କଟକ ଚଣ୍ଡୀଙ୍କ ପାଖରେ ପୂଜା ଅର୍ଚ୍ଚନା କରିବା ପରେ ସହର ପରିକ୍ରମା କରିଥିଲେ । ଏହି ରୁପା ଇଟାକୁ ପୁରୀ ରେ ମହାପ୍ରଭୁ ଙ୍କ ନିକଟରେ ପୂଜା ଅର୍ଚନା କରିବା ପରେ ସମସ୍ତ ଜିଲ୍ଲା ପରିକ୍ରମା କରି ଏକ ପ୍ରତିନିଧି ଅଯୋଧ୍ୟା ଗସ୍ତ କରି ଏହି ରୂପା ଇଟାକୁ ପ୍ରଦାନ କରିବେ । ପରବର୍ତୀ ସମୟରେ ସୁନାର କିଛି ସାମଗ୍ରୀ ମଧ୍ୟ ରାମ ଙ୍କ ପାଇଁ ଦାନ କରିବେ ବୋଲି କହିଛନ୍ତି କିନ୍ନର ମାନେ ।

Leave a Reply

Your email address will not be published. Required fields are marked *