Pratidin TV

Odisha's Digital News Platform

ବିଶ୍ୱକପ ଜିତି ଭାରତର ଏହି ସୁନ୍ଦରୀଙ୍କୁ ବିବାହ କଲେ ଟ୍ରେଭିସ ହେଡ଼…!

ମଥାରେ ସିନ୍ଦୁର ଲଗାଇ ନିଜକୁ ଟ୍ରାଭିସ୍ ହେଡଙ୍କ ପତ୍ନୀ ବୋଲି କହିଲେ ଜଣେ ମହିଳା । ଟ୍ରାଭିସ୍ ହେଡଙ୍କ ମ୍ୟାଚ ଦେଖିବା ପରେ ତାଙ୍କ ଉପରେ ଫିଦା ହୋଇଯାଇଥିଲେ ଏହି ସୁନ୍ଦରୀ ମହିଳା ଜଣକ । ଆଉ ମନେ ମନେ ଟ୍ରାଭିସ୍ ହେଡଙ୍କ ପତ୍ନୀ କହିହେଲେ । ଯାହାକୁ ଦେଖିବା ରେ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓରେ ମହିଳା ଜଣକ ଟ୍ରାଭିସ୍ ହେଡଙ୍କ ଫଟୋକୁ ଦରି ରିଲ୍ସ ବନାଇଛନ୍ତି । ଆଉ କହିଛନ୍ତି “ତୁମର ସେହି ମ୍ୟାଚ ଯାଦୁ ମୋତେ ପାଗଳ କରିଦେଇଛି । ଆଉ ତୁମକୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଛି । ଯେମିତି ବି ହେଲେ ମୁଁ ତୁମକୁ ହିଁ ବାହା ହେବି । ହଁ ମୁଁ ଜାଣିଛି ତୁମେ ବିବାହିତ । ତୁମେ ମୋତେ ବାହା ହେବାକୁ ରାଜି ହେବନି । ଆଉ କେବେବି ତୁମେ ମୋ ମଥାରେ ସିନ୍ଦୁର ଦେବନି । ହେଲେ ମୁଁ ତୁମକୁ ବାହା ହେବି । ତୁମେ ମୋ ମଥାରେ ସିନ୍ଦୁର ନଦେଲେ କଣ ହେଲା ମୁଁ ତୁମ ନାଁରେ ସିନ୍ଦୁର ପିନ୍ଧିବି । ଆଉ ତୁମ ଏ ଫଟୋ କୁ ସାକ୍ଷା ରଖି ମୁଁ ତୁମକୁ ସ୍ୱାମୀ ରୂପେ ଗ୍ରହଣ କରୁଛି । ହଁ ଆଜ୍ଞା ମହିଳା ଜଣଙ୍କ ଟ୍ରାଭିସ୍ ହେଡଙ୍କ ଫଟୋ ଆଗରେ ରଖି ବିବାହ କରୁଛନ୍ତି । ଆଉ ଦୁଇଜଣ ମହିଳା ମଧ୍ୟ ବ୍ୟାକଗ୍ରାଉଣ୍ଡରେ ନଜର ଆସିଛନ୍ତି । ଜଣେ ମହିଳା ଶଙ୍ଖ ଫୁଙ୍କୁ ଥିବା ବେଳେ ଆଉ ଜଣେ ହୁଳହୁଳି କାଉଛନ୍ତି । ଏହି ଭିଡିଓ ଦେଖିବା ପରେ ୟୁଜର୍ସ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମହିଳା ଜଣଙ୍କର ନାମ ହେଉଛି ହେମାଶ୍ରୀ । ବିଶ୍ୱକ ଫାଇନାଲର ଦୁଇ ଦିନ ପରେ ସେ ଏହି ଭିଡିଓ ପ୍ରସ୍ତୁତ କରିଥିଲେ।

Leave a Reply

Your email address will not be published. Required fields are marked *