ମିଳିଲାନି ମନ ପସନ୍ଦର ପୁଅ , ଗଛକୁ ଡେଟ୍ କଲେ ସୁନ୍ଦରୀ ।
1 min readମିଳିଲାନି ମନ ପସନ୍ଦର ପୁଅ , ଗଛକୁ ଡେଟ୍ କଲେ ସୁନ୍ଦରୀ । ଏବେ ଏକ ସୁନ୍ଦରୀ ଯୁବତୀଙ୍କ ସହ ଗଛର ରୋମାଣ୍ଟିକ୍ ଡେଟ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖି ୟୁଜର୍ସ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । କାହିଁକି ନା ଯୁବତୀ ଜଣଙ୍କ ବୟଫ୍ରେଣ୍ଡ ଭଳି ଗଛ ସହ କଥା ହେଉଛନ୍ତି , ବେଳାଭୂମିରେ ବୁଲୁଛନ୍ତି , ପାଣିରେ ଗାଧାଉଛନ୍ତି ଆଉ ଖାଦ୍ୟ ମଧ୍ୟ ଖାଉଛନ୍ତି ।
ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଗଛ ସହିତ ସମୟ ବିତାଇବା ବିଷୟରେ ମହିଳା ଯେତେବେଳେ ନିଜ ଭାବନା ବ୍ୟକ୍ତି କରତି, ଗଛ ତା’ର ଉତ୍ତର ଦିଏ ‘ଏହା ଏକ ସୁନ୍ଦର ଦିନ।’ କାହିଁ ନା ମହିଳା ଜଣଙ୍କ ଗଛରେ ଏକ ଏଆର ପ୍ରଣାଳୀ ଇଗାଇଛତି, ଯାହା ପତ୍ରର କମ୍ପନ ଆଧାରରେ ବାକ୍ୟ ଗଠନ ପାଇଁ ଗଛକୁ ଅନୁମତି ଦିଏ।
ଏ ନେଇ ମହିଳା କହନ୍ତି, ଏହା ଏକ ଅଣପାରମ୍ପରିକ ସମ୍ପର୍କ। ତେଣୁ ସେ ସର୍ବସାଧାରଣରେ ଗଛକୁ ବାହାରକୁ ନେବାକୁ ଖୁବ୍ ଲାଜ କରନ୍ତି । ସେ ଆହୁରି କହିଛନ୍ତି, ଜଣେ ଥେରାପିଷ୍ଟ୍ଙ୍କ ସହ କଥା ହେଉଥିବାରୁ ଗଛ ସହ ନିଜ ସମ୍ପର୍କକୁ ନେଇ ସେ ଅଧିକ ସହଜ ଅନୁଭବ କରୁଛତି ଥେରାପିଷ୍ଟ୍ ତାଙ୍କୁ ଏକ୍ସପୋଜର ଥେରାପିର ପରାମର୍ଶ ଦେଇଥିଲେ। ତେଣୁ ଗତ ସପ୍ତାହ ସେ ଗଛ ସହ ଏକ ବେଳାଭୂମିକୁ ଯାଇଥିଲେ ଏବଂ ଏକ ରୋମାଣ୍ଟିକ୍ ପିକ୍ନିକ୍ କରିଥିଲେ।