Pratidin TV

Odisha's Digital News Platform

ଗଛରେ ଗଜାନନ , ଦେଉଛନ୍ତି ପରିବେଶ ସୁରକ୍ଷା ର ବାର୍ତ୍ତା ..

1 min read

ଭଗବାନ ଗଣେଶଙ୍କର ଶରୀର ମନୁଷ୍ୟ ଓ ମସ୍ତକ ହାତୀ, ଏହା ପ୍ରକୃତରେ ପଶୁ ଓ ମନୁଷ୍ୟର ମିଳନର ଏକ ସମୃଦ୍ଧ ପ୍ରତୀକ। ତେଣୁ ବିଜୁ ପଟ୍ଟାନାୟକ ଫରେଷ୍ଟପାର୍କରେ ବିଡିଏ ଏବଂ ବକୁଳ ଫାଉଣ୍ଡେସନର ସ୍ବେଚ୍ଛାସେବୀ ମାନେ ପୂରାକାଳରୁ ଚଳି ଆସୁଥିବା ବୃକ୍ଷ ପୂଜା ଦ୍ବାରା ପ୍ରେରିତ ହୋଇ ଗଛକୁ ଗଣେଶ ରୂପେ ଆଜି ପୂଜା କରୁଅଛନ୍ତି। ବର୍ତ୍ତମାନ ଯେପରି ପରିବେଶ କୁ ପ୍ରଦୂଷିତ କରାଯାଉଛି  ଏବଂ ଯେପରି  ଅମ୍ଳଜାନର ସ୍ତର କମି କମି ଆସୁଛି ଠିକ ସେହି ସମୟରେ  ଗଛର ମହତ୍ତ୍ବକୁ ବୁଝି ଛନ୍ତି ।

Advertisement

ଗଛକୁ ଧୋତି ପିନ୍ଧାଇ ଦୁଇ ପାଶ୍ୱର୍ରେ କୁଲାରେ ଗଜାନନଙ୍କ କାନ କରାଯାଇଥିବା ବେଳେ ପଇଡରେ ମୂଷା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି ବକୁଳ ଫାଉଣ୍ଡେସନ। ଏହାସହିତ ଫାଉଣ୍ଡେସନର କର୍ମକର୍ତ୍ତା କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁଁ ବର୍ତ୍ତମାନ ବୃକ୍ଷ ସହ ମଣିଷର ସମ୍ପର୍କକୁ ଫେରାଇ ଆଣିବାକୁ ବାର୍ତ୍ତା ଦିଆଯାଇଛି। ଗଛକୁ ପୂଜା କରିବା ସହ ପରିବେଶ ପାଇଁ ଗଛ ଲଗାଇବା ଓ ଗଛ ନକାଟିବାକୁ ଅନୁରୋଧ କରାଯାଇଛି।ପରିବେଶ ପ୍ରକୃତି ଭିତରେ ଥିବା ସମ୍ପର୍କକୁ ସୁଦୃଢ଼ କରିବାକୁ ଯାଇ ଅଗ୍ରପୂଜ୍ୟଙ୍କୁ ଏଭଳି ନିଆରା ଢଙ୍ଗରେ ଗଛରେ ପୂଜା କରାଯାଉଛି । ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି

Leave a Reply

Your email address will not be published. Required fields are marked *