Pratidin TV

Odisha's Digital News Platform

ବାଲୁକାକଳାରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି …

1 min read

ଆଉ ନାହାନ୍ତି ଭାରତର ରତନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ଭାରତୀୟ ଶିଳ୍ପକୁ ବିଶ୍ବବନ୍ଦିତ କରିବାରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକା। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ପଦ୍ମ ବିଭୂଷଣ ରତନ ଟାଟାଙ୍କ ବିୟୋଗରେ ପୁରୀ ବେଳାଭୂମିରେ ବାଲୁକା ମାଧ୍ୟମରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ପଦ୍ମ ବିଭୂଷଣ ରତନ ଟାଟାଙ୍କ ବିୟୋଗରେ ଦିନିକିଆ ଛୁଟି ଘୋଷଣା ହୋଇଛି। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ଉଭୟ ରାଜ୍ୟର ସରକାର। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଦିନିକିଆ ଛୁଟି ଘୋଷଣା ହୋଇଛି। ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ଝାଡ଼ଖଣ୍ଡ ସହ ଟାଟାଙ୍କ ଥିଲା ବିଶେଷ ସମ୍ପର୍କ। ଜାମସେଦପୁରରୁ ଆରମ୍ଭ ହୋଇଥିଲା ଟାଟା ଗ୍ରୁପର ଯାତ୍ରା। ବୁଧବାର ଦିନ ମୃତ୍ୟୁବରଣ କରିଥିବା ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ମହାରାଷ୍ଟ୍ର ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯିବ ।

Leave a Reply

Your email address will not be published. Required fields are marked *