Pratidin TV

Odisha's Digital News Platform

ଗାଈ ନନ୍ଦିନୀର ମୃତ୍ୟ ପରେ , ଏକାଦଶାହ ପାଳିଲେ ମାଲିକ ..

ମଣିଷର ମୃତ୍ୟୁ ହେବା ପରେ ତାହାର ଅନ୍ତିମ ସଂସ୍କାର କରିଥାନ୍ତି ପରିବାର ଲୋକେ କିମ୍ବା ବନ୍ଧୁ ପରିଜନ। ଏପରିକି ମୃତକଙ୍କ ଦାହ ସଂସ୍କାର କରାଯିବା ପରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦଶାହ ଏକାଦଶାହ ଭଳି କାର୍ଯ୍ୟ କରାଯାଇଥାଏ। ମାତ୍ର କେବେ ଶୁଣିଛନ୍ତି କି ଘରେ ରଖିଥିବା ପୋଷା ଜୀବର ମୃତ୍ୟୁ ପରେ ବିଧିବିଧାନ ପୂର୍ବକ ଏପରି କାର୍ଯ୍ୟ କରାଯିବା କଥା। ଆଜ୍ଞା ହଁ ଏପରି କାର୍ଯ୍ୟ କରାଯାଇଛି। ତାହା ପୁଣି ଦେଶର ଅନ୍ୟ କୌଣସି ରାଜ୍ୟ କିମ୍ବା ବିଦେଶରେ ନୁହେଁ।

କଟକ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଈ ନନ୍ଦିନୀ ର ମୃତ୍ୟପରେ ହିନ୍ଦୁ ଶାସ୍ତ୍ର ରୀତିନୀତି ରେ ସମାପନ ହୋଇଛି ଏକାଦଶାହ କର୍ମ । ସୂଚନାନୁଯାୟୀ କଟକ ନୂଆପଡ଼ା ଅଞ୍ଚଳର ଏକ ପରିବାର ତାଙ୍କ ପୋଷା ଗାଈର ପ୍ରାଣ ଚାଲିଯିବା ପରେ ତା’ର ଏକାଦଶାହ ପାଳନ କରି ହୋମଯଜ୍ଞ ମଧ୍ଯ କରିଛନ୍ତି। ଗାଈ ନନ୍ଦିନୀ ର ଆତ୍ମାଶାନ୍ତି ପାଇଁ ସମସ୍ତ କର୍ମ ବିଧି ବିଧାନ ଅନୁସାରେ କରିଛନ୍ତି । ଅନ୍ୟପଟେ ଗାଈ ନନ୍ଦିନୀ ର ଏକାଦଶାହ କର୍ମ କରିଥିବା ବ୍ରାହ୍ମଣ କହିଛନ୍ତି ଏଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତି ବିଶେଷ ସମାଜ ପାଇଁ ଏକ ବଡ଼ ଉଦାହରଣ ।

Leave a Reply

Your email address will not be published. Required fields are marked *