Pratidin TV

Odisha's Digital News Platform

ଖଣ୍ଦଗିରି ଟ୍ରିପଲ ମର୍ଡର ମାମଲାରେ ହେଲା ଶୁଣାଣି…୧୦ ବର୍ଷ ପରେ ମିଳିଲା ଆଜୀବନ କାରାଦଣ୍ଡ…..

ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ରାୟ ପ୍ରକାଶ ପାଇଛି | ଦୀର୍ଘ ୧0 ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ | ଦଣ୍ଡରେ ମିଳିଲା ଆଜୀବନ କାରାଦଣ୍ଡ | ଭୁବନେଶ୍ୱରର ଏଡ଼ିଜେ କୋର୍ଟ ଏହି ଦଣ୍ଡାଦେଶର ଶୁଣାଣି କରିଛି | ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଆଦେଶ ଦେଇଛି |

ସୂଚନା ଅନୁଯାୟୀ, ୨୦୧୪ ଅକ୍ଟୋବର ୧୪ ତାରିଖରେ ଘଟିଥିଲା ଖଣ୍ଡଗିରି ଟ୍ରିପଲ ମର୍ଡର।ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅତୁଲ୍ୟ ମେହେର ସମେତ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ମେଡିସିନ ରିପ୍ରେଯେଣ୍ଟେଟିଭ ସ୍ନେହ ସ୍ୱାକ୍ଷର ସାମଲ ।ଘଟଣା ଦିନ ହାତରେ ସ୍ନେହ ଫୁଲ ତୋଡା ଧରି ଡାକ୍ତର ମେହେରଙ୍କ ଘରେ ପ୍ରବେଶ କରିଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ ବ୍ୟଗରେ ନେଇ ଯାଇଥିବା ଧାରୁଆ ଛୁରୀ ବାହାର କରି ପ୍ରଥମେ ମେହେରଙ୍କ ଘରର ଚାକର ପ୍ରଶାନ୍ତ ବେହେରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଘଟଣା ସ୍ଥଳରେ ପ୍ରଶାନ୍ତଙ୍କ ୧୪ ବର୍ଷର ପୁଅ ମିନୁ ପହଞ୍ଚିଯିବାରୁ ତାକୁ ମଧ୍ୟ ସ୍ନେହ ଛୁରୀ ଭୁଷି ହତ୍ୟା କରିଥିଲା । ପରେ ପ୍ରଶାନ୍ତର ସ୍ତ୍ରୀ କୁ ଛୁରୀ ଭୁଷି ରକ୍ତାକ୍ତ କରିପକାଇଥିବା ବେଳେ ସୌଭାଗ୍ୟ ବଶତଃ ସେ ବଞ୍ଚି ଯାଇଥିଲେ ।

ତେବେ ସ୍ନେହ ଅତି ଅମାନୁଷିକ ଭାବେ ଡାକ୍ତର ଅତୁଲ୍ୟ ମେହେରଙ୍କୁ ହତ୍ୟା କରି ଫେରାର ହେଉଥିବା ସମୟରେ କାବୁ କରିନେଇଥିଲେ ସ୍ଥାନୀୟ ଲୋକେ | କାବୁ କରିବା ପରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ | ସୂଚନା ମିଳିବା ପରେ ଅଭିଯୁକ୍ତ ସ୍ନେହକୁ ଗିରଫ କରିଥିଲା ପୋଲିସ |

Leave a Reply

Your email address will not be published. Required fields are marked *