Pratidin TV

Odisha's Digital News Platform

ଇଡି ଜାଲରେ ସୋସିଆଲ୍ ମିଡିଆ ସେନ୍ସେସନ ଅବଦୁ ରୋଜିକ…

1 min read

‘ବିଗ୍ ବସ୍ ୧୬’ ଖ୍ୟାତି ଅବଦୁ ରୋଜିକ୍ ଙ୍କ ଉପରେ ବଡ ସମସ୍ୟା | ମନି ଲଣ୍ଡରିଂ ମାମଲାରେ ଇଡି ଅବଦୁ ରୋଜିକ | ଅବଦୁଙ୍କୁ ପଚରାଉଚରା କରିବ ଇଡି । ଇଡି ଜାଲରେ ଅବଦୁ | ଅବଦୁଙ୍କୁ ଆସିଲା ଇଡିର ଡାକରା । ଡ୍ରଗ୍ ଡିଲର ଅଲି ଅସଗର ଶିରାଜୀଙ୍କ ସହ ଲିଙ୍କ୍ ଅଭିଯୋଗରେ ମନି ଲଣ୍ଡରିଂ ମାମଲା ପାଇଁ ଡକେଇଛି ଇଡି।

ସୂଚନା ପ୍ରଦାନ କରି ଇଡି କହିଛି ଯେ, ମଙ୍ଗଳବାର ଅପରାହ୍ନରେ ଅବଦୁଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିବା ପାଇଁ ମୁମ୍ବାଇର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ବର୍ତ୍ତମାନ, ଏହି ପ୍ରସଙ୍ଗରେ ଆହୁରି ଅନେକ ତଥ୍ୟ ବାହାରିବାକୁ ଯାଉଛି |

Advertisement

ଅବଦୁ ରୋଜିକ୍ ହେଉଛନ୍ତି ସୋସିଆଲ୍ ମିଡିଆ ସେନ୍ସେସନ | ବିଗ୍ ବସ୍ ପୂର୍ବରୁ ସେ ତାଙ୍କ ଗୀତ ଏବଂ ଅଭିନୟ ପାଇଁ ହେଡଲାଇନରେ ସଦାବେଳେ ରହି ଆସିଥାନ୍ତି | ବିଗ୍ ବସ୍ ପରେ ଭାରତରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ହେବାରେ ଲାଗିଛି । ଅବଦୁ ରୋଜିକ୍ ମଧ୍ୟ ମୁମ୍ବାଇର ଏକ ରେଷ୍ଟୁରାଣ୍ଟର ମାଲିକ ଅଟନ୍ତି | ତାଙ୍କ ରେଷ୍ଟୁରାଣ୍ଟର ନାମ ହେଉଛି ବୁରିଗିର |

ଅବଦୁ ରୋଜିକ୍ ଭାରତରେ ହୋଇସାରିଛନ୍ତ୍ତି ବହୁତ ପ୍ରସିଦ୍ଧ | ବିଗ୍ ବସ୍ ୧୬ ରେ ଲୋକମାନଙ୍କ ମନ ଜିତିଥିଲେ ଅବଦୁ | ବିଗ୍ ବସ୍ ଯୋଗୁଁ ଅବଦୁ ରୋଜିକ୍ ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି | ନିକଟରେ ସେ ଏମସି ଷ୍ଟାନଙ୍କ ସହ ମଧ୍ୟ ଝଗଡା କରିଥିଲେ। ଇଡି ଅବଦୁଙ୍କୁ ମୁମ୍ବାଇର କାର୍ଯ୍ୟାଳୟକୁ ଡାକିଥିଲା। ଅବଦୁ ମଧ୍ୟ ତାଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିବା ପାଇଁ ଇଡି ଆଗରେ ହାଜର ହୋଇଥିଲେ। ତେବେ ବର୍ତ୍ତମାନ ଏହି ଘଟଣାର ଆହୁରି ଯାଞ୍ଚ କରାଯାଉଛି।

Leave a Reply

Your email address will not be published. Required fields are marked *