Pratidin TV

Odisha's Digital News Platform

ଟ୍ରକକୁ ଧକ୍କା ଦେଇ ଓଲଟିଲା କୁକୁଡ଼ା ଟ୍ରକ , ୫ ଗୁରୁତର

1 min read

ଭଦ୍ରକ : କୁକୁଡ଼ା ନେବାକୁ ଆସିଥିବା ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଟ୍ରକରେ ସମୁଦାୟ ୬ ଜଣ ଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜ ପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରିସଳପୁର ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ କଲିକତା ଅଞ୍ଚଳରୁ ଏକ ଟ୍ରକ କୁକୁଡ଼ା ନେବା ପାଇଁ ଆସିଥିବା ବେଳେ ତ୍ରିସଳପୁର ଛକ ନିକଟରେ ଅନ୍ୟ ଏକ ଟ୍ରକରୁ ଧକ୍କା ଦେଇ ଓଲଟି ପଡିଥିଲା।ଗାଡିରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର କଲିକତା ଅଞ୍ଚଳର ବୋଲି ଜଣା ପଡ଼ିଛି। ତେବେ ଡ୍ରାଇଭରଙ୍କର ଆଖି ଲାଗିଯିବାରୁ ଟ୍ରକ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଁଚିଛି। ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ଅଧିକ ଚିକିତ୍ସା ପାଇଁ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *