Pratidin TV

Odisha's Digital News Platform

ଭୟଙ୍କର ଦୁର୍ଘଟଣା : ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ଟ୍ରକ୍ , ଡ୍ରାଇଭର ଗୁରୁତର …

1 min read

ଦେବଗଡ଼ : ଟ୍ରକ୍ କୁ ଧକ୍କା ଦେଲା ଟ୍ରକ, ଘଟଣା ସ୍ଥଳରେ ହୁତୁ ହୁତୁ ହୋଇ ଜଳିଗଲା ଲୁହାପଥର ବୋଝେଇ ଟ୍ରକ । ଦେବଗଡ଼ ଜିଲ୍ଲା ୪୯ ନଂ ଜାତୀୟ ରାଜପଥ ତିୱାରି ଢାବା ନିକଟରେ ଗତକସଲି ରାତି ୯.୩୦ ସମୟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ବ୍ରେକଫେଲ ହେବା ଯୋଗୁଁ ଛିଡା ହୋଇଥିବା ଏକ ମାଲ ବୋଝେଇ ଟ୍ରକ୍ କୁ ପଛପଟୁ ଧକ୍କା ଦେଇଥିଲା ଏକ ଲୁହାପଥର ବୋଝେଇ ଟ୍ରକ୍ । ଫଳରେ ଗାଡିରେ ନିଆଁ ଲାଗି ଗାଡିଟି ସଂପୂର୍ଣ ଜଳି ପୋଡି ପାଉଁଶ ହେଇଯାଇଛି ।

ଦୁର୍ଘଟଣା ହୋଇଥିବା ଗାଡି଼ (OD 15 E 3565) ବାରକୋଟ ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ସୂଚନା ମିଳିଛି । ଡ୍ରାଇଭର ଜଣଙ୍କ ହେଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଢୁଡିଖୋଲ ଗାଁର ମଣ୍ଟୁ କିସାନ ।

Advertisement

ଗାଡିରେ ନିଆଁ ଲାଗିବା ଯୋଗୁଁ ନିଆଁରେ ପୋଡି ହୋଇ ସାମାନ୍ୟ ଆହତ ହୋଇଥିବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଲେ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ ମେଡିକାଲକୁ ପଠାଇ ଦେଇଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଦେବଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *