Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରକ୍ ; ଡ୍ରାଇଭର ମୃତ ..

କେନ୍ଦୁଝର : କେନ୍ଦୁଝରରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସି ପଡିଲା ଆଇରନ ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଡ୍ରାଇଭର ମୃତ । ଆଜି ଭୋର ସମୟରେ କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ରେ ପାରାଦ୍ଵୀପ ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଜାମୁନାନିଆ ଗାଁ ନିକଟ ରେ ଥିବା ଏକ ପୋଲ ଉପରୁ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ।

ଘଟଣା ସ୍ଥଳରେ ଟ୍ରକରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପୋଲିସ ୧ ଉଦ୍ଧାରକାରୀ ଟିମ୍ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ଏହାପରେ ଟ୍ରକ ଟିକୁ କ୍ରେନ୍ ସାହାଯ୍ୟ ରେ ଉପରକୁ ଉଠାଇଛି । ବର୍ତ୍ତମାନ ସୁଦ୍ଧା ମୃତ ଡ୍ରାଇଭରର ପରିଚୟ ପୋଲିସ ପାଇ ପାରିନାହିଁ ।

Leave a Reply

Your email address will not be published. Required fields are marked *