Pratidin TV

Odisha's Digital News Platform

ଚିତ୍କାର ଶୁଣି ମଧ୍ୟ ଅଟକାଇଲା ନାହିଁ ; ରାଜରାସ୍ତାରେ କାରକୁ ଦେଢ କିମି ଘୋଷାଡିଲା କଣ୍ଟେନର …

ଉତ୍ତରପ୍ରଦେଶ : ମଦ ନିଶାରେ କାରକୁ ଦେଢ କଲୋମିଟର ଯାଏ ଘୋଷାଡି ନେଲା କଂଟେନର । ଅଳ୍ପକେ ବର୍ତିଲା ୪ ଜୀବନ । ଯାହାର ଚିତ୍ର ହେଉଛି ଭାଇରଲ । ପୁଣି କାଞ୍ଜେୱାଲା ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି ।

ଏମିତି ଘଟଣା ଉତରପ୍ରଦେଶର ମେରଠରେ ଘଟିଛି । ଉତରପ୍ରଦେଶ ମେରଠର ପ୍ରତାପୁର ଅଂଚଳରେ ମଦ ନିଶାରେ ଏକ କଂଟେନର ଡ୍ରାଇଭର ଫିଲ୍ମ ଷ୍ଟାଇଲେରେ କାରକୁ ବିଚ୍ ରାସ୍ତା ଉପରେ ଘୋଷାଡି ନେଇଥିଲା । ପ୍ରାୟ ଦେଢ଼ କିଲୋମିଟର ଯାଏଁ କାରକୁ କଂଟେନର ଘୋଷାଡ଼ି ନେଇଛି । ଆଉ ଏତେ ବାଟ ଘୋଷାଡିବା ପରେ କଂଟେନର ଡ୍ରାଇଭର ଗାଡିକୁ ଅଟକାଉ ନାହାନ୍ତି । ଲୋକେ ଯେତେ ଚିତ୍କାର କଲେ ମଧ୍ୟ ଡ୍ରାଭଇର ନିଶାରେ ଗାଡିକୁ ଅଟକାଉନାହାନ୍ତି । ଘୋଷାଡି ନେଉଥିବା କାରରେ ୪ ଜଣ ଲୋକ ବସିଥିଲେ । ଅଳ୍ପକେ ସେମାନଙ୍କ ଜୀବନ ବଂଚିଯାଇଛି ।

କାରରେ ବସିଥିବା ୪ ଜଣ ବ୍ୟକ୍ତି କାରର ପଛପଟକୁ ଆସି ଡେଇଁଛନ୍ତି । ଫଳରେ ସେମାନଙ୍କ ଜୀବନ ବଂଚିଯାଇଛି । କିନ୍ତୁ ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଂଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଉକ୍ତ କଂଟେନରକୁ ଅଟକାଇ ଡ୍ରାଇଭରକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *