Pratidin TV

Odisha's Digital News Platform

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍ ; ଧକ୍କା ପରେ ୪୦ ଫୁଟ୍ ତଳକୁ ଖସିପଡିଲା….

1 min read

ବାଲେଶ୍ୱର ; ଟ୍ରକ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ । ଘଟଣା ସ୍ଥଳରେ ଟ୍ରକ ର ହେଲପର ଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ର ବସ୍ତା ବାଇପାସ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

ସୂଚନା ଅନୁଯାୟୀ ଆଜି ସକାଳେ ବାଲେଶ୍ବରରୁ ଜଳେଶ୍ବର ଅଭିମୁଖେ ଦୁଇଟି ଟ୍ରକ ଆଗ ପଛ ହୋଇ ଯାଉଥିବା ସମୟରେ ବସ୍ତା ବାଇପାସ ନିକଟରେ ଆଗରେ ଯାଉଥିବା ଟ୍ରକଟି ଛିଡା ହେବା ପାଂଇ ଗାଡି ର ବେଗ କମାଇ ରାସ୍ତା ପାର୍ଶ୍ବ କୁ ଯାଉଥିବା ବେଳେ ପଛ ପଟୁ ଆସୁଥିବା ଅନ୍ୟ ଏକ ଟ୍ରକ ଦ୍ରୂତଗତିରେ ଆସି ଟ୍ରକ କୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ଯାହା ଫଳରେ ପଛ ଟ୍ରକ ରେ ଥିବା ହେଲପର ଗାଡି ଭିତରେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଡ୍ରାଇଭର ଗୁରୁତର ହୋଇ ଥିଲେ । ଧକ୍କା ହେବା ଫଳରେ ଆଗରେ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ରୁ ୪୦ ଫୁଟ ତଳକୁ ନୟନଜୋଡି କୁ ଖସି ପଡିଥିଲା ।

Advertisement

ଯାହା ଫଳରେ ଆଗ ଟ୍ରକର ଡ୍ରାଇଭର ଗୁରୁତର ହୋଇ ଥିଲେ, ସ୍ଥାନୀୟ ଲୋକେ ପହଞ୍ଚି ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ । ଖବର ପାଇ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ମୃତାହତ ଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ହସପିଟାଲ କୁ ପଠାଇ ଥିଲେ । ମୃତକ ହେଲପର ଜଣଙ୍କ ଘର ଖୋର୍ଧା ଅଞ୍ଚଳ ର ବୋଲି ଜଣା ପଡିଛି । ଏହି ଘଟଣା ରେ ପୋଲିସ ଦୁଇଟି ଟ୍ରକ ଜବଦ କରି ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *