Pratidin TV

Odisha's Digital News Platform

ରସୁଲଗଡ ଓଭରବ୍ରିଜ୍‌ରେ ଭୟଙ୍କର ଦୁର୍ଘଟଣା ; ସ୍କୁଟି ଚାଳକଙ୍କ ଉପରେ ମାଡିଗଲା ଟ୍ରକ୍ …

1 min read

ଭୁବନେଶ୍ୱର ; ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଚାଲିଗଲା ସ୍କୁଟି ଚାଲକଙ୍କ ଜୀବନ । ସୂଚନା ଅନୁଯାୟୀ ବୁଧବାର ସକାଳ ୧୧ ଟା ସମୟରେ ରସୁଲଗଡ୍ ଓଭରବ୍ରିଜ୍ ଉପରେ 0D03B X9708 ନଂ ବିଶିଷ୍ଟ ସ୍କୁଟିକୁ ଧକ୍କାଦେଇଥିଲା ଏକ ଟ୍ରକ୍ । ଯାହା ଫଳରେ ସ୍କୁଟି ଚାଳକ ଜଣଙ୍କୁ ସ୍କୁଟିରୁ ଛିଟିକି ପଡିଥିଲେ । ଏବଂ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା ।

ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭରଟି ସେହି ସ୍ଥାନରୁ ଫେରାର୍ ମାରିଥିବା ବେଳେ ରାସ୍ତା ଜାମ୍ ଯୋଗୁ ଲୋକଙ୍କ ଯାତାୟତରେ ସମସ୍ୟା ସୃ୍ଷ୍ଟି ହୋଇଛି । ଦୁର୍ଘଟଣାଗସ୍ତ ହୋଇଥିବା ସ୍କୁଟିଟି ପ୍ରଦତ କୁମାର ଦାସଙ୍କ ନାଁରେ ରହିଛି । ହେଲେ ଗାଡ଼ି ସେ ଚଳାଉଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏହା ସହ ଟ୍ରାଫିକ୍ ଜାମକୁ ନିୟନ୍ତ୍ରଣକୁ ଆଣିଛି ।

Advertisement

ଅନ୍ୟପଟେ ସ୍କୁଟି ଓ ମୃତଦେହ ପାଖରୁ ଏକ ଭଙ୍ଗା ମୋବାଇଲ ମଧ୍ୟ ଉଦ୍ଧାର କରାଯାଇଛି । କିନ୍ତୁ ଦୁର୍ଘଟଣା ଯୋଗୁ ମୋବାଲଟି ଗାଡି ତଳେ ଚାପିହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

Leave a Reply

Your email address will not be published. Required fields are marked *