Pratidin TV

Odisha's Digital News Platform

ସ୍କୁଟିକୁ ପିଟିଲା ଟ୍ରକ୍ ; ମା ସହ ଆଖି ବୁଜିଲା ୬ ମାସର ଶିଶୁ , ଅଳ୍ପକେ ବର୍ତ୍ତିଗଲେ ଶଶୂର ଓ ନାତୁଣୀ ..

1 min read

ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚାଷପଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୃଘଟଣାରେ ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଅଳ୍ପକେ ବଞ୍ଚିଯାଇଛନ୍ତି । ମୃତକ ଦ୍ୱୟ ହେଲେ କଲିମା ବିବି ଓ ତାଙ୍କ ୬ ମାସର ଝିଅ ଅଲିଆ ଖାତୁନ। କଲିମାଙ୍କ ବଡ଼ ଝିଅ ଓ ଶ୍ୱଶୁର ମୁକ୍ତାର ଖାଁ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଆଜି ତ୍ରିତୋଲ କନକପୁର ସ୍ଥିତ ମୂଳିସିଂ ଗ୍ରାମର ମହମ୍ମଦ ମୁକ୍ତାର ଖାନ ,ବୋହୁ କଲିମା ଖାତୁନ, ବଡ଼ ଝିଅ ଆଇସା ଖାତୁନ ଓ ୬ ମାସର ସାନ ଝିଅ ଆଲିସା ଖାତୁନ ଆଦି ଚାରିଜଣ OD21J6035 ନମ୍ବର ଏକ ସ୍କୁଟିରେ ବାଲିକୁଦା ମେଡିକାଲ ଅଭିମୁଖେ ଯାଉଥିଲେ । ଏହି ସମୟରେ ହଠାତ୍ ଚଷାପଡା ଛକରେ କାଦୁଅପଡା ପାର୍ଶ୍ଵରୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକା ଦେଇଥିଲା ।

Advertisement

ଫଳରେ ଘଟଣା ସ୍ଥଳରେ ବୋହୁ କାଲିମା ଏବଂ ତାଙ୍କ ୬ ମାସର ସାନ ଝିଅଙ୍କର ମୃତ୍ୟୁ ଘଟିଛି ଏବଂ ଶଶୁର ମୁକ୍ତାର ଏବଂ କାଲିମା ଙ୍କ ବଡ଼ ଝିଅ ଆଇସା ଦୃଘଟଣାରୁ ଅଳ୍ପେକେ ବର୍ତ୍ତିଯାଇଛନ୍ତି । ଆଖ ପାଖ ଅଞ୍ଚଳ ର ଶତାଧିକ ଜନ ସାଧାରଣ ରାସ୍ତା ଉପରେ ଶବ ଧୋଇ ଘଟଣା ସ୍ଥଳରେ ରାସ୍ତା ଅବରୋଧ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତକୁ ଆଣିଥିଲା । ଅପର ପକ୍ଷରେ ଦୁର୍ଘଟଣା ଘଟାଇ ଥିବା ORO5J2155 ଟ୍ରକକୁ ବେଗୁନିଆ ପୋଲ ପାଖରେ ଗ୍ରାମବାସୀମାନେ ଅଟକ ରଖିଛନ୍ତି । ତେବେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ବାଲିକୁଦା ଆଇଆଇସି ସଲୀଳ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *