Pratidin TV

Odisha's Digital News Platform

ଫ୍ରେଞ୍ଚ ଫ୍ରାଇଜ ବିକି ନିର୍ଵାଚନ ପ୍ରଚାର କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ …

1 min read

ପାଖେଇ ଆସୁଛି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ। ଯେଉଁଥିପାଇଁ ସେଠାରେ ଭିନ୍ନ ଭିନ୍ନ ନିର୍ବାଚନ କୌଶଳ ମଧ୍ୟ ଗ୍ରହଣ କରାଯାଉଛି। ଏବେ ନିଆରା ଢଙ୍ଗରେ ପ୍ରଚାର କରିଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ।ସୂଚନାଯୋଗ୍ୟ, ଗତ ରବିବାର ଆମେରିକାରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ହଠାତ୍‌ ଫିଲାଡେଲଫିଆରେ ମ୍ୟାକଡୋନାଲ୍ଡଙ୍କ ଫ୍ରାଞ୍ଚାଇଜରେ ପହଞ୍ଚିଥିବାବେଳେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଆଟଲାଣ୍ଟାରେ ପୂଜାରେ ଅଂଶଗ୍ରହଣ କରିଥିଲେ।

ଗତ ରବିବାର ଆମେରିକାରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ହଠାତ୍‌ ଫିଲାଡେଲଫିଆରେ ମ୍ୟାକଡୋନାଲ୍ଡଙ୍କ ଫ୍ରାଞ୍ଚାଇଜରେ ପହଞ୍ଚିଥିବାବେଳେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଆଟଲାଣ୍ଟାରେ ପୂଜାରେ ଅଂଶଗ୍ରହଣ କରିଥିଲେ।ସେ ଧଳା ସାର୍ଟ ଏବଂ ନାଲି ରଙ୍ଗର ଟାଇ ଉପରେ କଳା ଏବଂ ହଳଦିଆ ଆଫ୍ରୋନ ପିନ୍ଧି ଆଳୁ ଭଜା କରୁଥିଲେ। ଏହା ପରେ ଟ୍ରମ୍ପ ମଧ୍ୟ ତାଙ୍କର କିଛି ସମର୍ଥକଙ୍କୁ ଫିଲାଡେଲଫିଆ ବାହାରେ ଏକ ମ୍ୟାକଡୋନାଲ୍ଡ ଫ୍ରାଞ୍ଚାଇଜର ଡ୍ରାଇଭ-ଥ୍ରୁ ୱିଣ୍ଡୋରୁ ଫ୍ରି ଦେଉଥିବା ଦେଖିବାକୁ ମିଳିଥିଲା।ଏହି ଅବସରରେ ଟ୍ରମ୍ପ କହିଛନ୍ତି, ମୋତେ ଏହି କାମ ଭଲ ଲାଗେ। ମୁଁ ଏଠାରେ ବହୁତ ମଜା କରୁଛି। ସେ ତାଙ୍କ ଅଫିସିଆଲ ଏକ୍ସ (ପୂର୍ବରୁ ଟୁଇଟର) ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କହିଛନ୍ତି ଯେ ମୁଁ ସବୁବେଳେ ମ୍ୟାକଡୋନାଲ୍ଡରେ କାମ କରିବାକୁ ଚାହୁଁଥିଲି।

Advertisement

Leave a Reply

Your email address will not be published. Required fields are marked *