Pratidin TV

Odisha's Digital News Platform

ସତ ନା ଅନ୍ଧ ବିଶ୍ୱାସ ; ଡାକ୍ତର ବଦଳରେ ଗୁଣିଆକୁ ଆପଣାଇଲେ ପରିବାର ….

1 min read

ବାଲିଗୁଡା : ବାଲିଗୁଡା ଥାନା ଅନ୍ତର୍ଗତ ବାରଖମାର ବଜାର ସାହିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଘଟଣା । ସୂଚନା ମୁତାବକ ବାରଖମା ସାହିର ଦିଶାରା ନୟକଙ୍କ ଝିଅ ସନପୁର ଗ୍ରାମରେ ବିବାହ କରିଥିଲେ । ତିନି ମାସ ହେବ ଝିଅ ରୋଗ ଶଯ୍ୟାଶାୟୀ ହୋଇ ଥିବା ଦେଖିବାକୁ ମିଳିଛି । ପରିବାର ଲୋକେ ବହୁତ ଟଙ୍କା ଖର୍ଚ୍ଚ କରି ପ୍ରଥମେ ବାରାଖମା, ବାଲିଗୁଡା, କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ ସୁଦ୍ଧା ଝିଅର ରୋଗ ଚିହ୍ନି ହେଲା ନାହିଁ କିମ୍ବା ସୁସ୍ଥ ହେଲେ ନାହିଁ । ଶେଷରେ ପରିବାର ଲୋକ ଝିଅର ସୁସ୍ଥତା ପାଇଁ ଗୁଣିଗାରେଡି ଉପରେ ବିଶ୍ୱାସ କରି ଜଣେ ଗୁଣିଆର ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ଆଶ୍ରୟ ନେଇଥିବା ଗୁଣିଆ ଫିରିଙ୍ଗିଆ ଥାନା ଅଞ୍ଚଳର ନୂଆପଦର ଗ୍ରାମପଞ୍ଚାୟତ ର ରବିଙ୍ଗିଆ ଗ୍ରାମର ନାରାୟଣ କହଁର ବୋଲି ଜଣାପଡୁଛି ।

ସେହି ବ୍ୟକ୍ତି ଜଣକ ନିଜକୁ ଗୁଣିଆ ପଣ ଦେଖାଇ ଝିଅର ସୁସ୍ଥତା ପାଇଁ ବାରଖମା ଗ୍ରାମରେ ଭୟା ଭୟ ର ଗୋଟିଏ ଦୌଡ଼ି ଖଟକୁ ବ୍ୟବହାର କରିଛନ୍ତି । ହଁ ଆଜ୍ଞା ଏହା ଅନ୍ଧ ବିଶ୍ୱାସ ନା ସତ୍ୟ ଏହି ବିଜ୍ଞାନ ଯୁଗରେ ବିଚାର କରନ୍ତୁ । ଗାଁ ଲୋକଙ୍କ କହିବା ଅନୁଯାୟୀ ଖଟ ଦେବତାକୁ ପୂଜା କରି ଚାରିଜଣ ଧରିଲେ ଖଟ ଦେବତା ନିଜର ଆଲୌକିକ ଶକ୍ତିରେ ଚାରିଜଣ ଯୁବକ ଙ୍କୁ ବେହାଲ କରିଦିଏ । ଏବଂ ସେମାନଙ୍କୁ ନିଜ ହିସାବରେ ନଚାଏ ।

Advertisement

ଏହି ଖବର କୌଣସି ପ୍ରକାର ରେ ବାଲିଗୁଡା ପୋଲିସ, ପ୍ରଶାସନ ଓ ପାଣ୍ଡୀ ଅଧିକାରୀ ଘଟଣା ସ୍ଥଳରେ ପହଁଛି ରୋଗ ରେ ପୀଡ଼ିତ ଥିବା ରଶ୍ମିତା ନାୟକ ଙ୍କୁ ଅଟୋ ଯୋଗେ ବାଲିଗୁଡା ଚିକିତ୍ସାଳୟ କୁ ପଠେଇଥିଲେ । ଘଟଣା ର ଅନୁଧ୍ୟାନ କରି ବାଲିଗୁଡା ପୋଲିସ ଗୁଣିଆ ନାରାୟଣ ନାୟକ ଙ୍କୁ ବାରଖମା ଥାନାରେ ଅଟକ ରଖି ସେହିମାନଙ୍କ ନାମ ରେ ୨୧୮/୨୩ ଏକ ମାମଲା ରୁଜୁ କରିଥିବା ଦେଖିବାକୁ ମିଳିଛି । ପରିବାର ପକ୍ଷରୁ ଏହି ସମସ୍ତ ଘଟଣା ପାଇଁ ପ୍ରଶାସନଙ୍କୁ ଦାୟୀ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *