Pratidin TV

Odisha's Digital News Platform

ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

1 min read

Portrait of an attractive woman in a chair at the table with cup and laptop, book, pencils, notebook on it. Concept photo

ବ୍ୟସ୍ତ ଲାଇଫଷ୍ଟାଇଲ , କମ୍ପ୍ୟୁଟର ଆଗରେ ଅଧିକ ସମୟ ବସିରହିବା କିମ୍ବା ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହି କିଛି କାମ କରିବା କାରଣରୁ ଆଜିକାଲି ଅନେକଙ୍କ ଠାରେ ଅଣ୍ଟା ଯନ୍ତ୍ରଣା ଜିନତ ସମସ୍ୟା ଦେଖାଦେଉଛି । ହେଲେ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

ଅଣ୍ଟା ଦରଜ ସମସ୍ୟାରୁ ମୁକ୍ତି ପାଇବାକୁ ଆପଣଙ୍କ ଘରେ ରହିଛି ବଇଦ । ଏଥିରୁ ମୁକ୍ତି ପାଇବାକୁ ହେଲେ ୨ ଗ୍ରାମ ଡାଲଚିନି ଗୁଣ୍ଡରେ ୧ ଚାମଚ ମହୁ ମିଶାଇ ଖାଆନ୍ତୁ । ଦିନକୁ ଅତି କମରେ ଦୁଇଥର ଏହି ମିଶ୍ରଣକୁ ସେବନ କରନ୍ତୁ । କିଛି ଦିନ ପରେ ଫରକ ଜାଣିପାରିବେ ।

Advertisement


ଅଣ୍ଟା ଦରଜରୁ ମୁକ୍ତି ପାଇବା ପାଇଁ ଡାଲଚିନିର ଏକ ଡ୍ରିଙ୍କସ୍ ମଧ୍ୟ ପ୍ରସ୍ତୁତ କରିପାରିବେ । ଏଥିପାଇଁ ପ୍ରଥମେ ଏକ ପାତ୍ରରେ ପାଣି ନେଇ ସେଥିରେ କିଛି ଡାଲଚିନି ଗୁଣ୍ଡ ମିଶାଇ ସିଝିବାକୁ ଛାଡିଦିଅନ୍ତୁ । ଏହି ପାଣିକୁ ଛାଣି ଥଣ୍ଡା କରି ସେଥିରେ ଏକ ଚାମଚ ମହୁ ମିଶାନ୍ତୁ । ଏପରି ଡ୍ରିଙ୍କସକୁ ଦିନକୁ ଦୁଇ ଥର ସେବନ କଲେ ଅଣ୍ଟା ଦରଜରୁ ଉପଶମ ମିଳିବ ।
ଖାଲି ପେଟରେ ହିଁ ଡାଲଚିନି ଗୁଣ୍ଡ ବା ଡାଲଚିନିରେ ପ୍ରସ୍ତୁତ ପାନୀୟକୁ ଦିନରେ ଓ ରାତିରେ ଖାଲି ପେଟରେ ସେବନ କରନ୍ତୁ ।

ଡାଲଚିନି ଅଧିକ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । କାରଣ ଡାଲଚିନି ଏକ ଉଷ୍ମକାରକ ଦ୍ରବ୍ୟ ହୋଇଥିବାରୁ ଏହାକୁ ଅଧିକ ଖାଇବା ଫଳରେ ପେଟ ଖରାପ ହେବା ସମ୍ଭାବନା ରହିଥାଏ । ତେଣୁ ସଠିକ୍ ମାତ୍ରା ଉପରେ ଗୁରୁତ୍ୱ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *