Pratidin TV

Odisha's Digital News Platform

ଟ୍ରକ୍‌କୁ ଧକ୍କା ଦେଲା ପିକନିକ୍ ବସ୍ ; ୨୦ ଛାତ୍ରଛାତ୍ରୀ ଆହତ , ୨ ଗୁରୁତର ….

କେନ୍ଦୁଝର ; ପିକନିକ୍ ସାରି ଖୁସିରେ ଘରକୁ ଫେରୁଥିଲେ ଟିଉସନ୍ ଛାତ୍ରଛାତ୍ରୀ ହେଲେ ଅଧାବାଟରେ ଘଟିଗଲା ଅଘଟଣ । ଆଜି ଭୋରରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୨୦ ନଂ ଜାତୀୟ ରାଜପଥର ଭାଲୁକୁମା ନିକଟରେ ଟ୍ରକ୍ ପଛପଟେ ଧକ୍କା ଦେଇଛି ଏକ ପିକନିକ୍ ବସ । ଫଳରେ ଘଟଣା ସ୍ଥଳରେ ୨୦ ଜଣା ଆହତ ହୋଇଥିବା ବେଳେ ୩ ଛାତ୍ରଛାତ୍ରୀ ଗୁରୁତର ଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ସୋର ବ୍ରହ୍ମୋସ୍ମି ଟିଉଟରିଆଲ ରୁ ସମ୍ବଲପୁର ପିକନିକ ପାଇଁ ଯାଇଥିଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ । ଫେରିବା ସମୟରେ ଭାଲୁକୁମା ଛକ ଠାରେ ଏକ ଟ୍ରକ୍ ପଛପଟେ ଧକ୍କା ଦେଇଥିଲା ସେହି ପିକନିକ୍ ବସ୍। ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଥିବାବେଳେ ଡ୍ରାଇଭର ଓ ଜଣେ ଶିକ୍ଷକ ଗୁରୁତର ରହିଛନ୍ତି।

ସମସ୍ଥ ଆହତଙ୍କୁ ୨ଟି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ତେବେ ହଠାତ୍ ସଂପୃକ୍ତ ଟ୍ରକ୍ ଟି ବସ୍ କୁ ଓଭରଟେକ୍ କରିବାପରେ ବ୍ରେକ୍ ମାରିଦେବାରୁ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଟ୍ରକ୍ ପଛପଟେ ଧକ୍କା କରିଥିବା କୁହାଯାଉଛିା ଖବରପାଇ ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *