Pratidin TV

Odisha's Digital News Platform

ୱେଲ୍ଡିଂ ଗ୍ୟାରେଜ୍‌ରୁ ଚୋରିକରି ଟୁଙ୍ଗୁର ଭୋଳ ହାତରେ ପଡ଼ିଲା ହାତକଡ଼ି..

1 min read

ପରକୀୟା ପ୍ରୀତି ପାଇଁ ନିନ୍ଦିତ ହେବା ବଦଳରେ ସାରା ରାଜ୍ୟରେ ସୋଶିଆଲ ମିଡିଆ ଏବଂ ପ୍ରମୁଖ ଗଣମାଧ୍ୟମ ଦ୍ବାରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଚି କରି ପାରିଥିବା ଆଲୋକ ଭୋଳ ଓରଫ ଟୁଙ୍ଗୁର ଭୋଳ ପୁଣି ଥରେ ଗିରଫହୋଇଛି । ଏକ ୱେଲ୍ଡିଂ ଗ୍ୟାରେଜ୍‌ରୁ ଚୋରି ଅଭିଯୋଗରେ ଟୁଙ୍ଗୁର ଭୋଳ କୁ ଗିରଫ କରିଛି ଭରତପୁର ପୋଲିସ । ତା ନିକଟରୁ ପୋଲିସ ଗୋଟିଏ ଓ୍ଵେଲଡିଂ ମେସିନ, ଗୋଟିଏ କଟର ଏବଂ କପର କେବୁଲ ଜବତ କରିଛି। ଭରତପୁର ଥାନା ପୁଲିସ ଅଭିଯୋଗକାରୀ ମଣ୍ଟୁ ପ୍ରଧାନଙ୍କ ଅଭିଯୋଗ କ୍ରମେ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ଟୁଙ୍ଗୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କର ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଗୋଟିଏ ୱେଲ୍ଡିଂ ଗ୍ୟାରେଜ ଅଛି। ଗତ ଏପ୍ରିଲ ୪ ତାରିଖ ମଧ୍ୟାହ୍ଣରେ ଅଭିଯୋଗକାରୀଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତ ଟୁଙ୍ଗୁରୁ ଉକ୍ତ ଗ୍ୟାରେଜରୁ ୱେଲ୍ଡିଂ ମେସିନ, ହ୍ୟାଣ୍ଡ କଟର, ଓ ତମ୍ବା କେବୁଲ ତାର ଚୋରି କରି ନେଇଯାଇଥିଲେ।

Advertisement

ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଚୋରି ବିଷୟରେ ଜାଣିବା ପରେ ଅଭିଯୋଗକାରୀ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପଚରା ଉଚରା ବେଳେ ସେ ନିଜର ଅପରାଧ ସ୍ବୀକାର କରିଛି। ଏହାପରେ ଟୁଙ୍ଗୁରୁକୁ କୋର୍ଟ ଚାଲାଣ କରିଛି ପୁଲିସ। ତଦନ୍ତରୁ ଏହା ଜଣାପଡ଼ିଛି ଯେ, ଅଭିଯୁକ୍ତ ଟୁଙ୍ଗୁରୁ ଜଣେ ଅଭ୍ୟାସଗତ ଅପରାଧୀ ଓ ତା’ ନାଁରେ ଭରତପୁର, ଚନ୍ଦକା ଓ ଘଟଗାଁ ଥାନାରେ ୪ଟି ମାମଲା ରହିଛି। ବର୍ତ୍ତମାନ ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

ଗିରଫ ହୋଇଥିବା ଟୁଙ୍ଗୁରୁ ଭୋଳ, ଯିଏ ପ୍ରାୟ ଦୁଇ ବର୍ଷ ତଳେ ସୋଶାଲ ମିଡିଆରେ ନିଜ ପ୍ରେମ କାହାଣୀ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଏହି ଯୁବକ ବର୍ଷା ନାମକ ମହିଳାକୁ ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେବା ପରେ ଚର୍ଚ୍ଚାକୁ ଆସିଥିଲା।

Leave a Reply

Your email address will not be published. Required fields are marked *