Pratidin TV

Odisha's Digital News Platform

ସ୍ତ୍ରୀ ଖୋଲିଲେ ଗୁମର , ଧରା ପଡିଲା ଯନ୍ତ୍ରୀଙ୍କ ପରକୀୟା ପ୍ରୀତି

ଉଦଳା : ରାତିରେ ମହିଳାଙ୍କ ଘରେ ପଶି ପରକୀୟା ପ୍ରୀତିରେ ମାତିଥିଲେ ଯନ୍ତ୍ରୀ । ଆଉ ଧରା ପଡିଗଲା ପରେ ଖସି ଯିବାକୁ ଚେଷ୍ଟା କରୁଥିଲେ ହେଲେ ମାଡି ବସିଲେ ଗ୍ରାମବାସୀ ଓ ସ୍ତ୍ରୀ । ଉଭୟ ଯନ୍ତ୍ରୀ ଏବଂ ମହିଳାଙ୍କୁ ନାଲି ହାତରେ ଧରିଛନ୍ତି ।

ମିଳିଥିବା ଖବର ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକର ଇଲେକ୍ଟ୍ରି ଅଫିସର ଯନ୍ତ୍ରୀ ( ଜୁନିୟର ଇଞ୍ଜିନିୟର) ଗୋଲକ ବିହାରୀ ମାରାଣ୍ଡି ଜଣେ ବିବାହିତ ପୁରୁଷ ହୋଇ ମଧ୍ୟ ପରକୀୟା ପ୍ରୀତିରେ ଜଣେ ଯୁବତୀଙ୍କ ସହ ଲିପ୍ତ ରହୁଥିଲେ । ତେବେ ଯନ୍ତ୍ରୀ ଜଣଙ୍କ କିଛି ବର୍ଷ ପୂର୍ବେ କେଉଁଝର ଜିଲ୍ଲା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିବା ବେଳେ ତାଙ୍କର ୨ ଗୋଟି ଝିଅ ମଧ୍ୟ ଅଛନ୍ତି । ହେଲେ ଯନ୍ତ୍ରୀ ବାବୁଙ୍କୁ ଘାରିଛି ପରକୀୟା ପ୍ରୀତି ନିଶା ।

ଗତକାଲି ରାତିରେ ସେ କପ୍ତିପଦା ଥାନା ମାଛିଆ ଗ୍ରାମର ଜଣେ ଯୁବତୀଙ୍କ ଘରେ ପଶି ପରକୀୟା ପ୍ରୀତିରେ ମାତିଥିଲେ । ଏହି ସମୟରେ ଯନ୍ତ୍ରୀ ଗୋଲକ ବିହାରୀ ମାରାଣ୍ଡିଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ଉଭୟ ଯନ୍ତ୍ରୀ ଏବଂ ଉକ୍ତ ଯୁବତୀଙ୍କୁ ଧରିଥିଲେ । ଧରା ପଡିବା ପରେ ଯନ୍ତ୍ରୀ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ ।ଯନ୍ତ୍ରୀଙ୍କ ରୋମିଓଗିରି ପଦାକୁ ଆସିବା ପରେ ତାଙ୍କ ସ୍ତ୍ରୀ ଏ ନେଇ ଉଦଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *