Pratidin TV

Odisha's Digital News Platform

ତୁର୍କୀରେ ଧ୍ୱସଂଲିଳା : ମାଟିରେ ମିଶିଲା ୨ ହଜାର ବର୍ଷ ପୁରୁଣା ଦୁର୍ଗ…

ନୂଆଦିଲ୍ଲୀ : ଭୂମିକମ୍ପରେ ୨ ହଜାର ବର୍ଷର ପୁରୁଣା ଗାଜିଆଂଟେପ ଦୁର୍ଗ ନଷ୍ଟ ହୋଇଯାଇଛି । ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂମିକମ୍ପ କେବଳ ସହରକୁ ଧ୍ୱଂସ କରିନଥିଲା, ବରଂ ତୁର୍କୀର ଏକ ଐତିହାସିକ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀ ରୋମାନ ସାମ୍ରାଜ୍ୟର ୨,୦୦୦ ବର୍ଷ ପୁରୁଣା ଗାଜିଆଂଟେପ ଦୁର୍ଗକୁ ମଧ୍ୟ ଧ୍ୱଂସ କରିଦେଇଥିଲା । ଫେବୃଆରୀ ୬ ସକାଳେ ଘଟିଥିବା ଭୂମିକମ୍ପ ସମୟରେ ସହରର ମଧ୍ୟଭାଗରେ ଥିବା ଗାଜିଆଂଟେପ ଦୁର୍ଗଟି ଭୁଶୁଡି ପଡିଥିଲା ।

ଆକ୍ରମଣ ଏବଂ ବିଜୟ ସତ୍ୱେ ଦୃଢ ଭାବରେ ଠିଆ ହୋଇଥିବା ଏବଂ ଅକ୍ଷୁର୍ଣ୍ଣ ରହିଥିବା ଏହି ଦୁର୍ଗ ଦୁଇ ହଜାର ବର୍ଷରୁ ଅଧିକ ସମୟ ପରେ ଏକ ଭୟଙ୍କର ଭୂମିକମ୍ପ ଦ୍ୱାରା ଧ୍ୱଂସ ହୋଇଛି । ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହି ଗାଜିଆଂଟେପର ସ୍ଥାନୀୟ ଲୋକେ କହିଛନ୍ତି । ଐତିହାସିକ ଦୁର୍ଗ ଭୁଷୁଡି ଯଏକ ଦୁଃଖର ବିଷୟ । ଗାଜିଆଂଟେପର ସ୍ଥାନୀୟ ଲୋକ କହିଛନ୍ତି ଯେ ୨୦୦୦ ବର୍ଷରୁ ଅଧିକ ପୁରୁଣା ଦୁର୍ଗ ସହରକୁ ନଜରରେ ରଖିବା ପାଇଁ ନିର୍ମାଣ କରାଯାଇଥିଲା । ଏହା ଦ୍ୱିତୀୟ ଏବଂ ତୃତୀୟ ଶତାବ୍ଦୀରେ ରୋମାନ୍ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

ବିଜାଂଟିନ ସମ୍ରାଟ ଜଷ୍ଟିନିଆନଙ୍କ ସମୟରେ ଏହା ଆହୁରି ବିକଶିତ ହୋଇଥିଲା । ଏହା ପରେ ଏହାର ବର୍ତମାନର ରୂପ ସୃଷ୍ଟି ହେଲା । ଏହା ପୂର୍ବରୁ ଏହାକୁ ରୋମାନ ସାମ୍ରାଜ୍ୟର ସୈନ୍ୟମାନେ ବ୍ୟବହାର କରୁଥିଲେ । ପରେ ଏହାକୁ ବାହାଦୂର ମାନଙ୍କ ସ୍ମାରକ ଭାବରେ ଏହାକୁ ବିକଶିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *