Pratidin TV

Odisha's Digital News Platform

ତୁର୍କୀ-ସରିୟାରେ ଭୂକମ୍ପ ତାଣ୍ଡବ ; ୨୪ ହଜାର ଟପିଲା ମୃତ ସଂଖ୍ୟା, ଏବେବି ଭଗ୍ନାବଶେଷ ତଳେ ଲକ୍ଷାଧିକ..

1 min read

ନୂଆଦିଲ୍ଲୀ : ମୃତ୍ୟୁର ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ଭୂକମ୍ପ । ନିଜ ପରିବାର ଠାରୁ ଲୋକମାନଙ୍କୁ ଏକୁଟିଆ କରାଇଦେଇଛି ଏହି ମହା ଭୟଙ୍କର ଭୂକମ୍ପ । ଆଜିକୁ ୨୪ ହଜାର ଟପିଲାଣି ମୃତ୍ୟୁସଂଖ୍ୟା । ଦିନ ରାତି ଚାଲିଛି ରେସ୍କ୍ୟୁ ଅପରେଶନ । ଏବେବି ଅନେକ ଲୋକ ଭଗ୍ନାବଶେଷ ତଳେ । ତୁର୍କୀର ହତୟ ପ୍ରଦେଶ ଭୂକମ୍ପ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ହତୟ ପ୍ରଦେଶରେ ବୂକମ୍ପ ପୀଡିତମାନେ ଏବେ ପ୍ରବଳ ଥଣ୍ଡା ଏବଂ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ।

ସବୁଠି ନିରାଶୟ ପରିସ୍ଥିତି ଦେଖାଦେଇଛି । ପର୍ଯ୍ୟାପ୍ତ ପରିମାଣର ଅସ୍ଥାୟୀ ଶିବିର ବା ଟେଣ୍ଟଣ୍ଟ ହାଉସ୍ ନଥିବାରୁ ବାଧ୍ୟହୋଇ ଲୋକମାନେ ୨ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ଗୋଟେ ପ୍ରକୃତିରର କହରରୁ ବଞ୍ଚିବା ପରେ ଏବେ ଜୀବନ ନେଉଛି ବାହ୍ୟ ପ୍ରକୃତି । ଭଗ୍ନାବଶେଷ ତଳୁ ବଞ୍ଚିବା ପରେ ଘରଦ୍ୱାରା ଭାଙ୍ଗି ଚୁର ହୋଇଯାଇଥିବାରୁ ,ନାହିଁ ନଥିବା ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି ତୁର୍କୀ ଓ ସିରିୟା ବାସିନ୍ଦା । ହତୟର ବିମାନ ବନ୍ଦରର ରନୱେ ଭୂକମ୍ପ ଯୋଗୁଁ ନଷ୍ଟ ହୋଇଯାଇଥିବାରୁ ବିମାନ ଯୋଗେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନି । ତୁର୍କୀରେ ଭଗ୍ନାବଶେଷ ତଳୁ ଲୋକମାନଙ୍କୁ ଏବେବି ଜୀବିତ କଢାଯାଉଥିବାବେଳେ , କିନ୍ତୁ ସିରିୟାର ପରିସ୍ତିତି ଭୟାନକ ରହିଛି ।

Advertisement

ସୋମବାର ଭୂକମ୍ପ ହୋଇଥିଲେ ସୁଦ୍ଧା ଅନ୍ତର୍ଜାତୀୟ ସୁବିଧା ଗୁରୁବାର ଦିନ ପହଞ୍ଚିଛି ।ସିରିୟାର କିଛି ଡାକ୍ତରଙ୍କ କହିବା ଅନୁଯାୟୀ ଲୋକମାନେ ଉଦ୍ଧାର ପରେ ଚିକିତ୍ସା ଓ ମେଡିସିନର ପର୍ଯ୍ୟପ୍ତ ସୁବିଧା ପାଉନଥିବାରୁ ଲୋକମାନଙ୍କ ଅବସ୍ଥା ଗୁରୁତର ହେଉଛି । ଏନେଇ ଆଗକୁ ସିରିୟାର ଅବସ୍ଥା ଅଧିକ ଜଟିଳ ହୋଇଯାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ତୁର୍କୀ ସିରିୟାକୁ ନିଜର କିଛି ସହାୟତା ପଠାଇଛି ତାସହ ଆମେରିକା ଓ ବିଶ୍ୱବ୍ୟାଙ୍କ ମଧ୍ୟ ସହାୟତାର ହାତ ବଡାଇଛନ୍ତି ।

Leave a Reply

Your email address will not be published. Required fields are marked *