Pratidin TV

Odisha's Digital News Platform

ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଘଟଣା ; ପ୍ରଯୋଜକ ଟୁଟୁ ନାୟକଙ୍କୁ ଉଠାଇ ଆଣିଲା ପୋଲିସ …

1 min read

ଭୁବନେଶ୍ୱର ; ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ କରି ଅଡୁଆରେ ପ୍ରଯୋଜକ ଟୁଟୁ ନାୟକ । ଟୁଟୁ ନାୟକଙ୍କ ବିରୋଧରେ ମହିଳା କମିଶନ ନିଜ ଆଡୁ ମାମଲା ରୁଜ୍ଜୁ କରିଥିବା ବେଳେ ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ-https://www.youtube.com/watch?v=XBWBoZfCHM4

ଅନ୍ୟପଟେ ଡିସିପିଙ୍କୁ ଭେଟି ଅଭିଯୁକ୍ତ ଟୁଟୁ ନାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ରାଜ୍ୟ ମହିଳା ସାମ୍ବାଦିକା ସଂଘ । ମହିଳା ସାମ୍ବାଦିକାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲା ସଂଘ । ତେବେ ଦାବିପତ୍ର ଗ୍ରହଣ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ନିରପେକ୍ଷ ତଦନ୍ତ କରାଯାଉଛି ଓ ନ୍ୟାୟ ପ୍ରଦାନ କରିବାକୁ ଡିସିପି ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି କଟକରୁ ଟୁଟୁ ନାୟକଙ୍କୁ ଉଠାଇ ଆଣିଛି ଖାରବେଳନଗର ପୋଲିସ । ମହିଳା ସାମ୍ଭାଦିକାଙ୍କୁ ଚାପୁଡା ମାରିବା ଘଟଣାର ଅଭିଯୋଗ ପରେ ଆଜି କଟକରୁ ତାଙ୍କୁ ଉଠାଇ ଆଣିଛି ଖାରବେଳନଗର ପୋଲିସ ।

Leave a Reply

Your email address will not be published. Required fields are marked *