Pratidin TV

Odisha's Digital News Platform

(ଭିଡିଓ) କିଏ କହୁଛି ସତ ? ଜସ୍ମିନ,ପ୍ରକୃତି ନା ପ୍ରଯୋଜକ ଟୁଟୁ ନାୟକ ..

1 min read

ଭୁବନେଶ୍ୱର : ପୁଣି ଓଲିଉଡ୍‌ରେ କାଷ୍ଟିଂ କାଉଚ ମାମଲା । କିଏ କହୁଛି ସତ ? ଜସ୍ମିନ,ପ୍ରକୃତି ନା ଟୁଟୁ ନାୟକ ! ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୁଦ୍ଧରେ ପ୍ରତିଷ୍ଠିତ ଅଭିନେତ୍ରୀ ପ୍ରକୃତି ମିଶ୍ର ଜସ୍‌ମିନ ରଥ ଆଜି ସିଧାସଳଖ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିବା ସହ ଅନେକ ନବାଗତା ଝିଅଙ୍କୁ ସେ ଶୋଷଣ କରିଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ଚାଂଚଲ୍ୟକର ବୟାନ ଦେଇଛନ୍ତି ।

ଏହାପରେ ଟୁଟୁ ନାୟକ ମଧ୍ୟ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପ୍ରକୃତି ପାଖରେ କଣ ପ୍ରମାଣ ଅଛି ? ମୋ ବିଷୟରେ ଏସବୁ କହିବା ପୂର୍ବରୁ କାହା ପାଖରେ କଣ ପ୍ରମାଣ ଅଛି । ତା ସହ ଟୁଟୁ ନାୟକ ମଧ୍ୟ ଗଣାମଧ୍ୟକୁ ସିଧା ସଳଖ ଧମକ୍ ଦେଇଛନ୍ତି ଯେ ଆପଣ ମାନେ ବିନା ପ୍ରମାଣ ରେ ଯାହାବି କହିଛନ୍ତ ସମସ୍ତେ ପସ୍ତେଇବେ । ମୁଁ ଜଣେ ଫ୍ୟାମିଲି ମ୍ୟାନ୍ ମୁଁ ସବୁଆଡେ ମୋ ଫ୍ୟାମିଲିକି ନେଇକି ଯାଏ । ଯିଏବି ମୋ ଉପରେ ଆରୋପ ଲଗାଇଛନ୍ତି ସେମାନଙ୍କ ଫ୍ୟାମିଲ କଣ ଆଉ ମୋ ଫ୍ୟାମିଲି କଣ ତା ଓଡିଶାବସୀ ଜାଣନ୍ତି । ସେ ଜସ୍ମିନକୁ ମୁଁ କାହିଁକି ଫିଲ୍ମରୁ ବାହାରକଲି ନଜାଣିକି ମୋ ବିଷୟରେ ଆଲତୁ ଫାଲତୁ ଗପନ୍ତୁନି ..

Advertisement

Leave a Reply

Your email address will not be published. Required fields are marked *