ସୋସିଆଲ ମିଡିଆରେ ମିଛ ଗପୁଛନ୍ତି ଟୁଟୁ ନାୟକ , ଅନୁଭବ କହିଲେ ଦୟାକରି ଏସବୁ ବନ୍ଦ କର ।
1 min readଆଇ ଲଭ ୟୁ-୨ କୁ ନେଇ ବଢିଛି ଦ୍ୱନ୍ଦ । ଆଜି କଟକ କୋର୍ଟରୁ ସିନେମା ରିଲିଜିକୁ ନେଇ ପ୍ରତିବଦ୍ଧକ ଲାଗିବା ପରେ ଚିନ୍ତାରେ ନିର୍ଦ୍ଦେଶକ ଟୁଟୁ ନାୟକ । କାହିଁକି ନା କଟକର କମର୍ସିଆଲ କୋର୍ଟ ନିର୍ଦ୍ଦେଶ ଅନୁସାରେ ବ୍ରଜରାଜ ଫିଲ୍ମ ବ୍ୟାନର ଏବଂ ଆଇ ଲଭ୍ ୟୁ ୨ ଫିଲ୍ମର ନା ବ୍ୟବହାର କରି ପ୍ରଯୋଜକ ଟୁଟୁ ନାୟକ ସିନେମା କରିପାରିବେ ନାହିଁ । ପାରିବାରିକ ସମ୍ପତ୍ତିର ଭାଗିଦାରିତାକୁ ନେଇ କୋର୍ଟରେ ମାମଲା ବିଚାରଧୀନ ରହିଛି । ବାପାଙ୍କ ଲେଗେସିକୁ ନେଇ କୌଣସି ଫିଲ୍ମ ରିଲିଜ୍ କରିପାରିବେନି ବୋଲି କୋର୍ଟ ଟୁଟୁନାୟକଙ୍କୁ ନୋଟିସ୍ ଜାରିକରାଯାଇଛି ।
କିନ୍ତୁ ଏସବୁ ଭିତରେ ଅନୁଭବ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ବଡ ବୟାନ ଦେଇଛନ୍ତି । ସେ ଟୁଟୁ ନାୟକଙ୍କୁ ଫିଲ୍ମର ଶୁଭେଚ୍ଛା ଜଣାଇବା ସହ ତାଙ୍କ ନାଁରେ ମିଛ ପ୍ରଚାର କରିବାକୁ ଅନୁରୋଧ କରିଛନ୍ତି । କଣ ଏହି ମିଛ ପ୍ରଚାର ଭିଡିଓରେ କ୍ଲିକ୍ କରି ଜାଣନ୍ତୁ ପୁରା ଘଟଣା