Pratidin TV

Odisha's Digital News Platform

ମର୍ଡର କେସ୍ ରେ ବନ୍ଧା ହେଲେ ଅଭିନେତା ଭୂପିନ୍ଦର ସିଂହ ….

ମୁମ୍ବାଇ ; ଜେଲ ଗଲେ ଟେଲି ଅଭିନେତା ଭୂପିନ୍ଦର ସିଂହ । ଟିଭି ଆକ୍ଟର ଭୂପିନ୍ଦର ସିଂହଙ୍କୁ ଏକ ହତ୍ୟା ମାମଲାରେ ଗିରଫ୍ କରିଛି ଉତ୍ତରପ୍ରଦେଶ ପୋଲିସ । ଏହା ସହ ଅଭିନେତାଙ୍କ ୨ ସହଯୋଗୀକୁ ମଧ୍ୟ ଖୋଜୁଛି ପୋଲିସ ।

ସୂଚନ ଅନୁଯାୟୀ ଗତ ରବିବାର ଅର୍ଥାତ୍ ଡିସେମ୍ବର ୩ ତାରିଖ ଦିନ ଉତ୍ତରପ୍ରଦେଶର ବିଜନୋର ଜିଲ୍ଲା କୁଆଁଖେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିଲା । କୁଆଖେଡା ଖଡ୍ରି ଗାଁରେ ପ୍ରୀତମ ସିଂଙ୍କ ପୁଅ ଭୁପିନ୍ଦର ସିଂ ସେଠାରେ ଏକ ଫାର୍ମହାଉସ କରିଥିଲେ । ସେହି ଅଞ୍ଚଳର ଗୁରୁଦୀପ ସିଂହଙ୍କ ଘର ଭୁପିନ୍ଦରଙ୍କ ଫାର୍ମହାଉସ ପାଖରେ । ତେବେ ସେହି ଜାଗାରେ ଗୁରୁଦୀପ ଏକ ଜମି ମଧ୍ୟ ରହିଛି । ଦୁହିଁଙ୍କ ଜମି ମଧ୍ୟରେ ଏକ ୟୁକାଲପଟାସ୍ ଗଛ ଥିଲା । ଯାହା ପାଇଁ ଗତ ରବିବାର ହୁହିଁଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଶେଷରେ ବଚସା ଏତେ ଭୟଙ୍କର ରୂପ ନେଇଥିଲା ଯେ ଭୂପିନ୍ଦର ରାଗିଯାଇ ନିଜ ଲାଇସେନ୍ସ ପ୍ରାପ୍ତ ବନଯଧୁକରେ ଗୁରୁଦୀପଙ୍କ ଉପରକୁ ଗୁଳୀ ଚଳାଇଥିଲେ ।

ଏହି ଗୁଳି ଚାଲଣାରେ ଗୁରୁଦୀପଙ୍କ ପୁଅ ଗୋବିନ୍ଦ ସିଂ (୨୨)ଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ଗୁରୁଦୀପ ଓ ତାଙ୍କ ପତ୍ନୀ ଆହତ ହୋଇଥିଲେ । ଡିଜି ମୁନିରାଜ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳକୁ ଯାଇ ଆହତମାନେ କିପରି ଅଛନ୍ତି ବୋଲି ପଚାରିଥିଲେ। ବିଳମ୍ବିତ ରାତିରେ ଗୁରୁଦୀପଙ୍କ ଭାଇ ଜିତଙ୍କ ଅଭିଯୋଗରେ ଭୁପିନ୍ଦର ଏବଂ ତାଙ୍କ ସହଯୋଗୀ ଜିଆନ ସିଂ, ଜୀନ୍ ସିଂ ଏବଂ ଗୁରୁଜାର ସିଂଙ୍କ ବିରୋଧରେ ଏକ ହତ୍ୟା ମାମଲା ଦାୟର କରାଯାଇଥିଲା। ସେହି ଦିନ ସନ୍ଧ୍ୟାରେ ଜିଆନ ସିଂଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଭୁପିନ୍ଦର ସିଂ ଏବଂ ଜିଆନ ସିଂଙ୍କୁ ସୋମବାର ଦିନ କୋର୍ଟରେ ହାଜର କରାଯାଇଥିଲା ଯେତେବେଳେ ଜୀନ୍ ସିଂ ଏବଂ ଗୁରୁଜାର ସିଂ ଫେରାର୍ ହୋଇଯାଇଥିଲେ ।

ଭୁପିନ୍ଦର ଟିଭି ସୋ ଜୟ ମହାଭାରତରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ।  ଏପର୍ଯ୍ୟନ୍ତ ସେ ‘୮୫୭ କ୍ରାନ୍ତି, ୟେ ପ୍ୟାର୍ ନା ହୋଗା କାମ’, ମଧୁବାଲା – ଏକ ଇଶ୍କ ଏକ ଜୁନୁନ୍, ଏକ୍ ହସିନା ଥି, ତେରେ ଶେହେର୍ ମେନ୍, କାଲା ଟିକା ଏବଂ ରିସ୍ତୋକା ଚକ୍ରଭ୍ୟୁ ଭଳି ଟିଭି ଶୋ’ରେ ଅଭିନୟ କରିଛନ୍ତି । ଭୁପେନ୍ଦ୍ର ୧୯୯୮ ରେ ମୁକ୍ତିଲାଭ କରିଥିବା ଶ୍ୟାମ ଘନଶାମ ଚଳଚ୍ଚିତ୍ର ସହିତ ବଲିଉଡରେ କାମ କରିଛନ୍ତି, ସୋଚ୍ ଏଲ୍ ଏବଂ ଯୁବରାଜ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ଭୂମିକା ଗ୍ରହଣ କରିବା ବ୍ୟତୀତ।

Leave a Reply

Your email address will not be published. Required fields are marked *