Pratidin TV

Odisha's Digital News Platform

କରନ ଜୋହରଙ୍କ ଏହି ବଡ ଅଫରକୁ କାହିଁକି ରିଜେକ୍ଟ କଲେ ଅଙ୍କିତା ଲୋଖଣ୍ଡେ ?

1 min read

ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଙ୍କ ଫେମ୍ ବିଗବସ୍‌ରୁ ଅଧିକ ବଢିଯାଇଛି । ଯାହା ପାଇଁଏବେ ତାଙ୍କ ଟିକନିଖ ଖବର ନ୍ୟୁଜ୍ ପେପରର ଫ୍ରଣ୍ଟ ପେଜ୍‌ରେ । ବର୍ତ୍ତମାନ ଅଙ୍କିତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହ।କୁ ବିଶ୍ୱାସ କରିବା ହୁଏତ ପ୍ରଶଂସକଙ୍କ ପାଇଁ ଅସମ୍ବବ । କାରଣ ଅଙ୍କିତା କରନ ଜୋହରଙ୍କ ଏକ ଅଫରକୁ ରଜେକ୍ଟ କରିଥିବା ଚର୍ଚ୍ଚା ବଲିଉଡ୍‌ରେ ଜୋର ଚାଲିଛି ।

କିନ୍ତୁ ଏହି ଘଟଣାରେ କେତେ ସତ୍ୟତା ?
ଅଭିନେତ୍ରୀଙ୍କ ବିଷୟରେ ଏକ ଖବର ଆସିଛି ଯେ ତାଙ୍କୁ କରଣ ଜୋହର ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୩ ଅଫର କରିଥିଲେ କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କିନ୍ତୁ ଆସନ୍ତୁ ଆପଣଙ୍କୁ କହିବା ଏହି କଥାରେ କେତେ ସତ୍ୟତା ଅଛି । ଏକ ବିଶେଷ ସୂଚନା ରୁ ଜଣାପଡିଛି ଯେ ଏହିପରି କିଛି ନାହିଁ । ଏହି ଖବର ଭୁଲ ଅଟେ । ଅଙ୍କିତାଙ୍କୁ କରଣ ଜୋହରଙ୍କଠାରୁ କୌଣସି ଅଫର ଦିଆଯାଇ ନାହିଁ। ଅଙ୍କିତାଙ୍କ ଦଳ ଗଣାମାଧ୍ୟମକୁ କହିଛନ୍ତି ଯେ ଏହା ମିଥ୍ୟା ଖବର।

Advertisement

ଅଙ୍କିତାଙ୍କୁ SOTY 3 ଦିଆଯାଇନଥିଲା ।
କୌଣସି ପ୍ରକଳ୍ପ ପାଇଁ ଅଙ୍କିତା କରଣ ଜୋହରଙ୍କ ନିକଟକୁ ଯାଇନାହାଁନ୍ତି। ପ୍ରକାଶ ଥାଉକି, ପୂର୍ବରୁ ଏହି ଖବର ଚାରିଆଡ଼େ ଘୁରି ବୁଲୁଥିଲା ଯେ ଅଙ୍କିତାଙ୍କୁ ଷ୍ଟୁଡେଣ୍ଟ ଅଫ୍ ଦି ଇୟ ୟର ୩ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଥିଲା, ଯାହାକୁ ସେ ମନା କରିଦେଇଥିଲେ । ଏଥର କରଣ ଜୋହର ଏକ ସିରିଜ୍ ଭାବରେ SOTY କରିବାକୁ ଯାଉଛନ୍ତି ବିଗ୍ ବସ୍ ରେ ଅଙ୍କିତାଙ୍କ ବ୍ୟକ୍ତିତ୍ୱରେ ସେ ବହୁତ ପ୍ରଭାବିତ ହୋଇଥିଲେ । ଅଭିନେତ୍ରୀଙ୍କ ଲୋକପ୍ରିୟତା ଦେଖି ସେ ତାଙ୍କୁ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ।

ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରାଯାଇଥିଲା , କିନ୍ତୁ କେଉଁଟି ତାହା ଜଣାପଡି ନାହିଁ। କିନ୍ତୁ ଅଙ୍କିତା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଏପର୍ଯ୍ୟନ୍ତ ଏହାର କାରଣ କେହି ଜାଣିପାରି ନାହାଁନ୍ତି।

ଏହି ସବୁ ବଡ ଅଫରର ହାତଛଡା କରିଛନ୍ତି ଅଙ୍କିତା-
ଅଙ୍କିତାଙ୍କୁ ସଞ୍ଜୟ ଲୀଲା ଭନସାଲୀଙ୍କ ବାଜିରାଓ ମସ୍ତାନୀଙ୍କୁ ମଧ୍ୟ ଅଫର୍ ଦିଆଯାଇଥିଲା, କିନ୍ତୁ ସେ ଏହା କରିବାକୁ ମନା କରିଦେଇଥିଲେ। ଅଙ୍କିତା ସେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ନିଜ ସମ୍ପର୍କକୁ ପ୍ରାଧାନ୍ୟ ଦେଇ ସେ ଫିଲ୍ମ କରିବାକୁ ମନା କରିଦେଇଥିଲେ TOI କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅଙ୍କିତା ନିଜେ ଏହା ପ୍ରକାଶ କରିଛନ୍ତି । ଅଙ୍କିତା କହିଥିଲେ ଯେ ଏଥିରେ ତାଙ୍କର କୌଣସି ଦୁଃଖ ନାହିଁ।
ଅଙ୍କିତା କହିଥିଲେ- ସଞ୍ଜୟ ସାର୍ ମୋତେ ଫୋନ କରି କହିଥିଲେ ବାଜିରାଓ ଅଫର ଛାଡି , ତୁମେ ଦୁଖିତ ହେବ । ସେ ପ୍ରକୃତରେ ଚାହୁଁଥିଲେ ଯେ ମୁଁ ସେହି ଫିଲ୍ମ କରିବି, ଏହା ଏକ ବଡ କଥା । କିନ୍ତୁ ମୁଁ ମନା କରିଥିଲି କାରଣ ମୁଁ ସେତେବେଳେ ସୁଶାନ୍ତଙ୍କୁ ବିବାହ କରିବାକୁ ଚାହୁଁଥିଲି ।

Leave a Reply

Your email address will not be published. Required fields are marked *