Pratidin TV

Odisha's Digital News Platform

(ଭିଡିଓ)ଆତ୍ମହତ୍ୟା କଲେ ଟିଭି ଅଭିନେତ୍ରୀ ତୁନିଶା ଶର୍ମା , ମେକ୍‌ଅପ୍ ରୁମ୍‌ରୁ ମିଳିଲା ଝୁଲନ୍ତା ମୃତଦେହ

1 min read

ମୁମ୍ବାଇ : ବଲିଉଡ୍ ପରେ ପରେ ଏବେ ଟିଭି ଜଗତକୁ ଘାରିଛି ଆତ୍ମହତ୍ୟା । ଜୀବନ ହାରିଲେ ଅଭିନେତ୍ରୀ ତୁନିଶା ଶର୍ମା । ଶୁଟିଂ ସେଟରୁ ହିଁ ସେ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ତୁନିଶା ଟିଭି ସିରିଏଲ ଅଲୀ ବାବା-ଦାସ୍ତାନ ଇ କବୁଲରେ ଅଭିନୟ କରୁଥିଲେ। ଗତକାଲି ସନ୍ଧ୍ୟାରେ ହିଁ ଏପରି ଏକ ଦୁଃଖଦ ଖବର ଟିଭି ଜଗତରୁ ଆସିଛି । ଏହି ଟିଭି ଆକ୍‌ଟ୍ରେସ୍ ଜଣଙ୍କ କଲର୍ସର ଇଣ୍ଟରନେଟ୍ ୱାଲା ଲଭ୍ , ଇସକ ସୁଭାନାଲ୍ଲା, ଗାୟବ ଓ ଶେର ଇ ପଞ୍ଜାବ ମହାରାଜ ରଣଜୀତ ସିଂହ ଭଳି ଶୋ’ରେ ନଜର ଆସିଥିଲେ। ଏହା ସହ ତୁନିଶା ଫିତୁର ଓ ବାର ବାର ଦେଖୋ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ତୁନିଶା ଗତକାଲି ଅଲିବାବା ସେଟ୍‌ରେ ସୁଟିଂ ପାଇଁ ତୁନିଶା ମେକଅପ୍ ରୁମ୍‌ରେ ପହଞ୍ଚିଥିଲେ । ଏହାର ୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ତୁନିଶା ମେକଅପ୍ ରୁମରୁ ନବାହାରିବାରୁ ତାଙ୍କ ସହକର୍ମୀ ମାନଙ୍କ ମନରେ ସନ୍ଧେହ ସୃଷ୍ଟି ହୋଇଥିଲା ।ଏହାପରେ ସମସ୍ତେ ତୁନିଶାଙ୍କୁ ବାହରପଟୁ ଡାକିଥିଲେ ମଧ୍ୟ ତୁନିଶା ମେକଅପ୍ ରୁମର କବାଟ ଖୋଲିନଥିଲେ । ବାଧ୍ୟ ହୋଇ ସହକର୍ମୀ ମାନେ କବାଟ ତାଡିଦେବାରୁ ତୁନିଶା ଏକ ଓଢଣୀ ସହାୟତାରେ ଫ୍ୟାନରେ ଝୁଲିଥିବାର ଦେଖିବାକୁ ପାଇ ସ୍ତବ୍ଧ ହୋଇଯାଇଥିଲେ । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଶୁଟିଂ ସେଟ୍ରେ ଥିବା କ୍ରୁ ସଦସ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବର୍ତ୍ତମାନ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ ଓ ଚକିତ କରିଛି ଯେ ମୃତ୍ୟୁର ଠିକ୍ ୫ ଘଣ୍ଟା ପୂର୍ବରୁ ତୁନିଶା ସେହି ମେକଅପ୍ ରୁମରୁ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । କିନ୍ତୁ ହଠାତ୍ ଏମିତି କଣ ହେଲା ଯେ ତୁନିଶା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ।

ଖବର ପାଇ ପୋଲିସ ସୁଟିଂ ସେଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ତେବେ ତୁନିଶାଙ୍କ ଏଭଳି ପଦକ୍ଷପ ତାଙ୍କ ପରିବାର,ପ୍ରଶଂସକ ଏବଂ ଟିଭି ଜଗତକୁ ସମ୍ପୂର୍ଣ୍ଣ ଭାବେ ସ୍ତବ୍ଧ କରିଦେଇଛି ।

ତେବେ ଅଭିନେତ୍ରୀ ହଠାତ୍ କାହିଁକି ଏମିତି କଲେ ? ସେ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ଏଭଳି କରିବାକୁ ବାଧ୍ୟ କରିଛି ।ତାହା ଏବେ ବଡ ପ୍ରଶ୍ନବାଚୀ ପୋଲିସ ପାଇଁ । ତୁନିଶା ମାତ୍ର ୨୦ ବର୍ଷ ବୟସରେ ହିଁ ସଫଳତାର ଉଚ୍ଚତମ ପାହାଚ ଚଢିଚାଲିଥିଲେ । ଜଣେ ସଫଳ ଅଭିନେତ୍ରୀ ହୋଇ ତୁନିଶା ଏପରି କାହିଁକି କଲେ ତାହା ବର୍ତ୍ତମାନ ଏକ ବଡ ପ୍ରଶ୍ନବାଚୀ ?

Leave a Reply

Your email address will not be published. Required fields are marked *